ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ରାତ୍ର ୯ ଘଟିକା ସମୟରେ ଓଡ଼ିଶାର ବରିଷ୍ଠ ଫଟୋ ସାମ୍ବାଦିକ ଧ୍ରୁବ ମିଶ୍ରଙ୍କ ମାତା ପ୍ରମୋଦିନି ମିଶ୍ରଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୬୭ ହୋଇଥଲା । ପ୍ରମୋଦିନୀ ଦେବି ଜଣେ ସ୍ନେହୀ, ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମ ପରାୟଣ ମହିଳା ଭାବେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ପରିଚିତ ଥିଲେ ।

ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଶିଷ୍ଠ ବ୍ୟକ୍ତି ମାନେ ଶେଷ ଦର୍ଶନ କରି ଗଭୀର ସମବେଦନା ଜଣାଇଛନ୍ତି । ମୃତ୍ୟ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ , ୪ ପୁଅ – ବୋହୂ, ଝିଅ – ଲ୍ଵାଇଁ, ନାତି – ନାତୁଣୀ ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ ।

ତାଙ୍କର ମଝିଆ ପୁଅ ଧ୍ରୁବ ମିଶ୍ର ପ୍ରମେୟ ଖବର କାଗଜ ସହ ବହୁ ଖବର କାଗଜରେ ଫଟୋ ସାମ୍ବାଦିକତା ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ତାଙ୍କ ମାତା ବିୟୋଗରେ ବହୁ ସାମ୍ବାଦିକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସୁନ୍ଦରପଦା ଅଞ୍ଚଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Exit mobile version