ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଦ୍ୱାରା ଜଗନ୍ନାଥ ପ୍ରସାଦ ତହସିଲ ର ଆଠ ଆର. ଆଇ ସର୍କଲ ସମୀକ୍ଷା

ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର )   ଭଞ୍ଜନଗର :- ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଜଗନ୍ନାଥ ପ୍ରସାଦ ତହସିଲ ଅଫିସ ଗସ୍ତ କରି ଆଠ ଗୋଟି କି ଆର. ଆଇ ସର୍କଲ ର ସମୀକ୍ଷା କରିଛନ୍ତି ସମସ୍ତ ଆର. ଆଇ ମାନଙ୍କ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବା ସହ ରାଜସ୍ବ ଆଦାୟ ଗୁରୁତ୍ୱ ସହ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖି ଚଢାଉ ଜୋରଦାର କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଜଗନ୍ନାଥ ପ୍ରସାଦ ତହସିଲ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ବୋରିଆଲ ମୁର୍ମୁ ସମେତ ଆଠ ଗୋଟି ସର୍କଲ ର ସମସ୍ତ ଆର. ଆଇ., ଏ. ଆର. ଆଇ ମାନେ ଉପସ୍ଥିତ ଥିଲେ ।  ( ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version