କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱର କମିଶନରେଟ ପୋଲିସ ତରଫରୁ ଆଜି ଅପରାହ୍ନରେ ପାମ୍ପାଲୋ ଗ୍ରାମ ପଞ୍ଚାୟତର ବନ୍ୟା ପ୍ରପୀଡ଼ିତ ଟିଙ୍କିପଡା ଗ୍ରାମରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି ଅବସରରେ ପୋଲିସ କମିଶନର ଦେବଦତ୍ତ ସିଂ ଗ୍ରାମବାସୀଙ୍କୁ ସାନ୍ତ୍ୱନା ଦେଇ କହିଥିଲେ କି ପୋଲିସ ବିଭାଗ ସଦା ସର୍ବଦା ଆପଣ ମାନଙ୍କ ସେବାରେ ଅଛି ।

ଆଜି ଆପଣଙ୍କ ନିକଟରେ ଆପଣଙ୍କ ଅସୁବିଧା ସମୟରେ ଉପସ୍ଥିତ ରହି ସେବା କରିବାର ସୁଯୋଗ ପାଇ ଥିବାରୁ ନିଜକୁ ଧନ୍ୟ ମନେ କରୁଛୁ । ଅନ୍ୟ ମାନଙ୍କ ମଧ୍ୟରେ ଡିସିପି ଅଭିମନ୍ୟୁ ନାୟକ,ଅତିରିକ୍ତ ଡିସିପି ମାନସ ଗଡ଼ନାୟକ, ବିଧୁ ଭୂଷଣ ଉଦଗାତା,କୃଷ୍ଣଚନ୍ଦ୍ର ସେଠୀ,ବାଲିପାଟଣା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ,ଫାଣ୍ଡି ଅଧିକାରୀ ରାକେଶ ପ୍ରଧାନ,

ଏସ ଆଇ ଶିବାନୀ ନନ୍ଦ ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଗ୍ରାମରେ ଦୁଇଶହ ପରିବାର ଙ୍କୁ ଖାଦ୍ୟ ଦ୍ରବ୍ୟ ବଣ୍ଟନରେ ସହଯୋଗ କରିଥିଲେ । ସରପଞ୍ଚ ବାହାନ ଭୋଇ,ୱାର୍ଡ ରମେଶ ଭୂୟାଁ,ଗ୍ରାମର ପ୍ରବୀଣ କୁମାର ନାୟକ,ବଂଶୀଧର ଜେନା, ପବିତ୍ର ଭୋଇ,ଗିରିଶ ପ୍ରଧାନ,ଜୟନ୍ତ ଶିଶୁ,ଭାବଗ୍ରାହୀ ଗୋଚ୍ଛାୟତ,ରେଡକ୍ରସ ତରଫରୁ ରାଜ କୁମାର ଶର୍ମା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Exit mobile version