ଶୀର ନାସ୍ତି ଶୀର ପୀଡା କେବଳ ଦେଖିବାକୁ ମିଳିବ ଖୋରଧା ଜ଼ିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ

ଏଠାରେ ଦୀର୍ଘ ବର୍ଷ ହେଲା ଲିଫ୍ଟ ଅଚଳ, ଅଥଚ ଲିଫ୍ଟ ଚାଳକ ନିୟମିତ ମାସିକ ପ୍ରାପ୍ୟ ନେବାରେ କୌଣସି ଅବହେଳା ହେଉ ନଥିବା ଜଣାପଡିଛି ।

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଦୀର୍ଘ ଦିନ ଧରି ଦଲାଲ ଙ୍କ କବ୍ଜାରେ ଥିବା ଖୋରଧା ଜ଼ିଲାର ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଏକ ତ୍ରିତଳ ବିଶିଷ୍ଟ ସୁଦୃଶ୍ୟ କୋଠାରେ ଶିଶୁ -ମାତୃ ସ୍ୱାସ୍ଥ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି ଗର୍ଭବତୀ ଓ ଆସନ୍ନ ପ୍ରସବା ମାଆ ମାନଙ୍କ ପାଇଁ ଏଠାରେ ଲିଫ୍ଟର ବ୍ୟବସ୍ଥା ରହିଛି । ମାତ୍ର ୪/୫ବର୍ଷରୁ ଅଧିକ ସମୟ ହେଲା ଏହି ଲିଫ୍ଟ କୁଆଡେ ଅଚଳ ହୋଇଯାଇଛି। କିଂତୁ ନିଯୁକ୍ତ ଲିଫ୍ଟ ଚାଳକ ତାଙ୍କ ମାସିକ ପ୍ରାପ୍ୟ ନିୟମିତ ନେଉଥିବା ଜଣାପଡିଛି ।

ଏହି ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ସତ୍ୟରଞ୍ଜନ ନନ୍ଦଙ୍କ ସହିତ ଯୋଗାଯୋଗ କରିଥିଲେ । ତାଙ୍କର ଉତ୍ତର ଅତି ପିଲାଳିଆମୀ ଭଳି ଲାଗିଲା ଲିଫ୍ଟ ଅଚଳ ଥିବା ବେଳେ ଲିଫ୍ଟ ଚାଳକ କିପରି ତାଙ୍କ ମାସିକ ପ୍ରାପ୍ୟ ନେଉଛନ୍ତି ବୋଲି ପଚାରିବାରେ ଏହି ପ୍ରାପ୍ୟ ଏଜେନ୍ସି ଦେଉଛି ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକତାକୁ ଦେଖି ଅଧିକ୍ଷକ ଙ୍କ ସୁପାରିଶ କ୍ରମେ ଏଜେନ୍ସି ଦ୍ଵାରା ନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ କରିଥାଏ ଏହା ହିଁ ସରକାରୀ ନିୟମ ଅତି ଚତୁରତାର ସହ ଅଧିକ୍ଷକ ଡାନନ୍ଦ ପ୍ରଶ୍ନର ଠିକ ଉତ୍ତର ଦେଲେ ନାହିଁ ।

ଯଦି ତାଙ୍କ ଉତ୍ତର ଠିକ ହୁଏ ତେବେ କଣ ତାଙ୍କ ବିନା ସୁପାରିଶରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଜେନ୍ସି ଶତାଧିକ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ପାରିବକି? ସତ୍ୟ ନକହିବା ପଛରେ ଯେଉଁ ଦଲାଲ ସର୍ଦ୍ଧାର ଙ୍କ ଚାପର ବଶବର୍ତ୍ତୀ ହୋଇ ଡା ନନ୍ଦ ପରିଚାଳିତ ହେଉଥିବା ସାଧାରଣରେ ଆଲୋଚନା ହେଉଛି । ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଣିତ ନୀତି ନିୟମକୁ ଅଣଦେଖା କରି କାର୍ଯ୍ୟ କରିବାର ପରିଣାମ ଖୁବ ଶୀଘ୍ର ଭୋଗିବା ପୂର୍ବରୁ ଡା ନନ୍ଦ ସୁଧୁରି ଯିବାକୁ ଚେତାବନୀ ଦିଆଯାଉଛି । ଅନ୍ୟଥା ପରିସ୍ଥିତି ତାଙ୍କ ପାଇଁ ଭୟଙ୍କର ହେବାର ସମ୍ଭାବନା ରହିଛି ।

Exit mobile version