ବ୍ରହ୍ମାକୁମାରୀ ଅନୁଷ୍ଠାନରେ ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନର ଶୁଭାରମ୍ଭ

ଖୋରଧା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ଜଟଣୀ  :- ନିଶା ଛାଡ଼ିବା,ଜୀବନ ଗଢ଼ିବା,ସୁସ୍ଥ ମନ, ସୁସ୍ଥ ଜୀବନ, ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟ ନେଇ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ପୂର୍ବତନ ମୁଖ୍ୟ ପ୍ରସାଶିକା ସ୍ବର୍ଗତ ରାଜଯୋଗିନୀ ଦାଦୀ ପ୍ରକାଶ ମଣୀଙ୍କର ୧୯ ତମ ପୂର୍ଣ୍ଣ ସ୍ମୃତି ଦିବସ ଉଦ୍ଦେଶ୍ୟରେ ବ୍ରହ୍ମାକୁମାରୀ ଅନୁଷ୍ଠାନ ତରଫରୁ ସାରା ଭାରତବର୍ଷର ୧୦ହଜାରରୁ ଉର୍ଦ୍ଧ୍ବ ସେବାକେନ୍ଦ୍ର ମାଧ୍ୟମରେ ଅଗଷ୍ଟ ୨ତାରିଖରୁ ଅଗଷ୍ଟ ୨୦ ତାରିଖ ମଧ୍ୟରେ ୧୦କୋଟିରୁ ଉର୍ଦ୍ଧ୍ବ ନିଶାସକ୍ତ ବ୍ୟକ୍ତି ବିଶେଷକୁ ନିଶାମୁକ୍ତ କରିବା ଲକ୍ଷ୍ୟ ନେଇ କାର୍ଯକ୍ରମମାନ ଆୟୋଜନ କରାଯାଇଅଛି ।

ଏହି ମହାନ କାର୍ଯ୍ୟକୁ ଚିରତାର୍ଥ କରିବାପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଅଗଷ୍ଟ ୨ ତାରିଖରେ ଏହାର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ ସେବାକେନ୍ଦ୍ରରେ ୪ ତାରିଖ ସନ୍ଧ୍ୟାରେ ଏହାର ଶୁଭ ଉଦ୍ଘାଟନ ଆନୁଷ୍ଠାନିକ ଭାବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ ଜଟଣୀର ମାନ୍ୟବର ବିଧାୟକ ବିଭୁତି ଭୁଷଣ ବଳବନ୍ତରାୟ, ରେଲୱେ ମେଡିକାଲ ସୁପରିଟେନଡେଣ୍ଟ ଡଃ ସବିତା ଦିଦି,ବିଜେପିର ରାଜ୍ୟ ମୁଖ୍ୟପାତ୍ର ଅନିଲ ବିଶ୍ଵାଳ, ଜଟଣୀ ଥାନା ଇନ୍ସପେକ୍ଟର ଷ୍ଟାଲିନ ବିଶ୍ଵାଳ,

ହାଇଟେକ୍ ମେଡିକାଲ୍ ପ୍ରଫେସର ଡଃ ଅମ୍ବିତ ପାଟଯୋଶୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ନବୀନ ସେନାପତି ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜର ବକ୍ତବ୍ୟ ଦ୍ୱାରା ଭାରତକୁ ନିଶାମୁକ୍ତ ଭାରତ,ଶ୍ରେଷ୍ଠ ଭାରତ,ବିଶ୍ୱଗୁରୁ ଭାରତରେ ପରିବର୍ତ୍ତନ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ସମସ୍ତଙ୍କୁ ନିଶାମୁକ୍ତ ଜୀବନ ଅତିବାହିତ କରିବା ପାଇଁ ତଥା ନିଜର ଶ୍ରେଷ୍ଠ ଭାଗ୍ୟ ଗଢ଼ିବା ପାଇଁ ପ୍ରତିଜ୍ଞା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମମତା ଭଉଣୀ ପରିଚାଳନା କରିଥିଲେ। ବ୍ରହ୍ମାକୁମାରୀ ବିଜୟିନୀ ଭଉଣୀ ସ୍ବାଗତ ଭାଷଣ ଦେଇଥିଲେ। ତଥା ପରିଶେଷରେ ଜଟଣୀ ସେବାକେନ୍ଦ୍ରର ପରିଚାଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Exit mobile version