ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଜଣେ ମଦ୍ୟପ ପଦସ୍ଥ ଅଧିକାରୀଙ୍କୁ ଧମକ ଦେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ଡ୍ରେସରଙ୍କୁ ପୁଣି ଏଠାକୁ ଆଣିବାକୁ ଦଲାଲଙ୍କ ସର୍ଦ୍ଧାର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକଙ୍କୁ ଦେଉଛନ୍ତି ଧମକ ।

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଟାଙ୍ଗୀର ଜଣେ ଦଲାଲ ସର୍ଦ୍ଧାର ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ହାତଗଣତି ମଦ୍ୟପ, ମହିଳା କର୍ମଚାରୀ ଓ ପଦସ୍ଥ ଅଧିକାରୀ ମାନଙ୍କୁ ଧମକ ଚମକ ଦେଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ୪ର୍ଥ ଶ୍ରେଣୀ କର୍ମଚାରୀ (ଡ୍ରେସର )ଙ୍କୁ ଏଠାକୁ ବଦଳି କରି ଆଣିବା ନିମିତ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା ସତ୍ୟରଞ୍ଜନ ନନ୍ଦ ସୁପାରିଶ କରିବା ପାଇଁ ଚାପ ପକାଉଥିବା ଜଣାପଡିଛି।ସୂଚନା ଯୋଗ୍ୟ, ସଞ୍ଜୟ ନାୟକ ନାମକ ଡ୍ରେସର ବୋତଲମା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଟାଙ୍ଗୀକୁ କିଛିଦିନ ପାଇଁ ଡେପୁଟେସନ ରେ ଆସିଥିଲା । ଏଠାକୁ ଆସିବା ପରେ ସଞ୍ଜୟ ଙ୍କ ସହିତ ଦଲାଲ ମାନେ ମିଳିତ ଆସର ଜମାଉଥିଲେ । ସଞ୍ଜୟ କୁଆଡେ ଏମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ଟିକିନିଖି ଖବର ଦେଉଥିଲେ । ଏହିସବୁ ଖବର ଦଲାଲଙ୍କ ପାଇଁ ଦଲା ଲି କରିବାରେ ସହାୟତା କରୁଥିଲା ।

ଏହି ଦଲାଲଙ୍କ ବାହୁଛାୟା ତଳେ ରହି ସଞ୍ଜୟ ଆଉ ଇନ୍ଦ୍ରଚନ୍ଦ୍ର ମାନୁନଥିଲା।ସରକାରୀ କାର୍ଯ୍ୟ ସମୟରେ ମଦ ପାନ କରିବା, ମହିଳା କର୍ମଚାରୀଙ୍କୁ ଧମକ ଦେବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ଶୃଙ୍ଖଳିତ ନିର୍ଜନ ପରିବେଶକୁ ବିଶୃଙ୍ଖଳିତ କରୁଥିବା ଯୋଗୁ ତାର ଡେପୁଟେସନ କୁ ବାତିଲ କରିବା ପାଇଁ ଅଧିକ୍ଷକ ଡା ନନ୍ଦ ଚିଠି ନଂ ୩୧୨/୬.୫.୨୦୨୬ରେ ଖୋରଧା ଜ଼ିଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ଅନୁରୋଧ କରିଥିଲେ.ତଦନୁସାରେ ସଞ୍ଜୟ ଙ୍କ ଡେପୁଟେସନ ବାତିଲ ହୋଇଯାଇଥିଲା । ସଞ୍ଜୟ ଏଠାରୁ ଚାଲିଯିବା ପରେ ଦଲାଲ ସର୍ଦ୍ଧାରଙ୍କ ହାତଚିକଣ ରେ ହ୍ରାସ ପାଇଲା ପୁଣି ଏହି ବିଶୃଙ୍ଖଳିତ କର୍ମଚାରୀ ସଞ୍ଜୟକୁ ଏଠାକୁ ଆଣିବା ପାଇଁ ଏକ ଦରଖାସ୍ତରେ ସୁପାରିଶ କରିବା ପାଇଁ ଡା ନନ୍ଦଙ୍କ ଉପରେ ଚାପ ପ୍ରୟୋଗ କରି ସଫଳ ହୋଇଥିବା ଜଣାପଡିଛି ।

ସରଳ ଶାନ୍ତ ପ୍ରକୃତିର ଡା ନନ୍ଦ ଭୟ ଭିତ ହୋଇ ଆଜି ଏହି ଦରଖାସ୍ତଙ୍କୁ ଖୋରଧା ସିଡ଼ିଏମ ଓ ଙ୍କ ନିକଟକୁ ପଠାଇଥିବା ପ୍ରକାଶ କରିଥିଲେ । ଜଣେ ୪ର୍ଥ ଶ୍ରେଣୀ ଡ୍ରେସର ଏଠାରେ ନ ରହିଲେ ସତେ ଯେପରି ଦଲାଲ ଙ୍କ ମୂର୍ଦ୍ଧନା ଫାଟିଯିବ କାର୍ଯ୍ୟରତ ସମସ୍ତ କର୍ମଚାରୀ ତାଙ୍କର ରହଣୀକୁ ଚାହୁ ନଥିବା ବେଳେ ସାରାଜୀବନ ଦଲା ଲି ରେ ସଫଳତା ହାସଲ କରିଥିବା ଦଲାଲ ମୁହାଁ କୁ ଲଜ୍ଜାସରମ ନଥିବା ଜଣାପଡୁଛି । ରୋଗୀ ସେବା ପଛେ ଚୁଲୀକି ଯାଉ ମୋ ସ୍ୱାର୍ଥ ହାସଲ ହେଉ ଏହାହିଁ ଦଲାଲ ସର୍ଦ୍ଧାର ଙ୍କ ଏକମାତ୍ର ଲକ୍ଷ୍ୟ ଏହି ଘଟଣା ସମ୍ପର୍କରେ ଖୋରଧା ସିଡ଼ିଏମ ଓ ଙ୍କ ସହିତ ଆଲୋଚନା କରାଯାଇଛି ।

Exit mobile version