ତୋ ଛଡ଼ା ମୋ କେହି ନାହିଁ ‘ ଭଜନ ଶ୍ରୋତାର୍ପଣ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡ଼ିଆ ଭକ୍ତି ସଙ୍ଗୀତ ଜଗତରେ ଆଉ ଏକ ସୁନ୍ଦର ସଂଯୋଜନ ଭାବେ “ତୋ ଛଡ଼ା ମୋ କେହି ନାହିଁ” ଶୀର୍ଷକ ଭକ୍ତିପୂର୍ଣ୍ଣ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଜନ ଶ୍ରୋତାଙ୍କ ସମ୍ମୁଖକୁ ଆସିଚି । ଜୀବନର କଠିନ ସତ୍ୟ, ସ୍ୱାର୍ଥପର ସମ୍ପର୍କର ବାସ୍ତବ ଚିତ୍ର ଏବଂ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅତୁଟ ଭକ୍ତି ଓ ସମର୍ପଣର ଭାବନାକୁ ନେଇ ଏହି ଭଜନଟି ନିର୍ମାଣ କରାଯାଇଛି ।

ଆଜି ଏହି ଷ୍ଟୁଡ଼ିଓ ସଂସ୍କରଣ ସ୍ଥାନୀୟ ସୂଚନା ଭବନ ପରିସରରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମ ଜୟନ୍ତୀ ଅବସରରେ ବରେଣ୍ୟ ଅତିଥିଙ୍କ କରକମଳରେ ଶୁଭ ଉଦ୍ଘାଟନ କରାଯାଇଛି । ମୁଖ୍ୟ ଅତିଥି ଭାବେ ମନନୀୟା ବାଚସ୍ପତି ବିଧାନସଭା (ସୁରମା ପାଢୀ), ଏକାମ୍ର ବିଧାୟକ ବାବୁ ସିଂ, ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସମାଜସେବୀ ଆର୍ଯ୍ୟ କୁମାରଜ୍ଞାନେନ୍ଦ୍ର, ପୂଜ୍ୟପାଦ ବାବା ଶ୍ରୀମଦ ବ୍ରହ୍ମାନନ୍ଦ ସରସ୍ୱତୀମହାରାଜ, ବଶିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,

ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଓ ଅନ୍ୟାନ୍ୟ ବରିଷ୍ଠ ବିଦ୍ୱାନ ମାନଙ୍କ କରକମଳରେ ଉଦଘାଟନୀ ହୋଇଛି । ବର୍ତ୍ତମାନର ଯୁବ ଗୀତିକାର ରଞ୍ଜିତ କୁମାର ନାୟକ ଲେଖିଥିବା ବେଳେ, ଲୋକପ୍ରିୟ ଯୁବ ଗାୟକ ସ୍ୱଦେଶ ମହାନ୍ତି ଏହାର କଣ୍ଠଦାନ କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନା କରିଛନ୍ତି । ରାଜେଶ କୁମାରଙ୍କ ମୂଜିକ୍ ଆରେଞ୍ଜମେଣ୍ଟ ଏବଂ ବିଶ୍ଵସ୍ୱରୁପ୍ ଷ୍ଟୁଡିଓ ଭାଇବ୍ସର ଏସ୍.ବି.ସ୍ମୃତିଙ୍କ ରେକର୍ଡିଂ ଓ ମାଷ୍ଟରିଂ ଏହି ଭାଜନଟିକୁ ଆହୁରି ଆକର୍ଷଣୀୟ କରିଛି ।

“ତୋ ଛଡ଼ା ମୋ କେହି ନାହିଁ” କେବଳ ଏକ ଭକ୍ତିମୂଳକ ଗୀତ ନୁହେଁ, ବରଂ ପ୍ରତ୍ୟେକ ମଣିଷର ଜୀବନ ସହ ଜଡ଼ିତ ଅନୁଭବର ଏକ ଭାବପ୍ରବଣ ଅଭିବ୍ୟକ୍ତି । ଆଜିର ସମାଜରେ ସ୍ୱାର୍ଥପର ଲୋକ ଏବଂ ସ୍ୱାର୍ଥ ଉପରେ ଗଢ଼ିଉଠୁଥିବା ସମ୍ପର୍କ, ବିଶ୍ୱାସଘାତ, ଦୁଃଖ, ସଂଘର୍ଷ ଓ ଜୀବନର ନାନା ପ୍ରକାର ପରିସ୍ଥିତି ମଧ୍ୟରେ ମଣିଷ ବଞ୍ଚୁଛି । କେବଳ ଶେଷରେ ମହାପ୍ରଭୁଙ୍କ ଆଶ୍ରୟକୁ ହିଁ ସତ୍ୟ ବୋଲି ଅନୁଭବ କରୁଚି । ଏହି ସନ୍ଦେଶକୁ ଅତ୍ୟନ୍ତ ସରଳ, ହୃଦୟସ୍ପର୍ଶୀ ଓ ଭାବପୂର୍ଣ୍ଣ ଢଙ୍ଗରେ ଏହି ଗୀତରେ ଉପସ୍ଥାପନ କରାଯାଇଛି ।

ଗୀତଟି ଶୁଣିବା ମାତ୍ରେ ଶ୍ରୋତାଙ୍କ ମନରେ ନିଜ ଜୀବନର ଅନେକ ଘଟଣା ସହ ଏହାକୁ ଅନୁଭବ କରିପାରିବେ । ଏହାର ପ୍ରତ୍ୟେକ ଶବ୍ଦ ମଣିଷର ଅନ୍ତରକୁ ସ୍ପର୍ଶ କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ବିଶ୍ୱାସକୁ ଆହୁରି ଦୃଢ଼ କରିବ ବୋଲି ଏହି ସଙ୍ଗୀତରେ ଆଶା ପ୍ରକାଶ କରିଛି । ଭଜନଟି SwadeshMohantyOfficial ୟୁଟ୍ୟୁବ୍ ଚ୍ୟାନେଲରେ ଷ୍ଟୁଡ଼ିଓ ସଂସ୍କରଣ ମୁକ୍ତିଲାଭ କରିଛି । ଖୁବ୍ ଶୀଘ୍ର ଏହି ଭଜନର ଏକ ସୁନ୍ଦର ନାଟ୍ୟ ରୂପାୟଣ (Music Video) ମଧ୍ୟ ଦର୍ଶକଙ୍କ ସମ୍ମୁଖକୁ ଆସିବ, ଯାହା ଗୀତର ଭାବନାକୁ ଆହୁରି ସଶକ୍ତ ଭାବେ ପ୍ରକାଶ କରିବ ।

Exit mobile version