ସ୍ଵାମୀ,ସ୍ତ୍ରୀ ଓ ଦେଢ଼ ଶାଶୁ ଙ୍କ କଳିରେ ବଳିପଡିଲେ ସ୍ଵାମୀ : ସ୍ତ୍ରୀ ଙ୍କ ହାତରେ ଗଲା ସ୍ଵାମୀଙ୍କ ଜୀବନ – ଧରାକୋଟ

ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଧରାକୋଟ :- ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ର ସାଥୀ ହେବାପାଇଁ ବାନ୍ଧି ହୋଇଥିବା ପବିତ୍ର ବନ୍ଧନ ଡୋରିରେ ଦାଗ । ବଡଗଡ ଥାନା ଅଧିନସ୍ଥ ଓଲମ୍ବା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁଥିରେ ସ୍ଵାମୀ,ସ୍ତ୍ରୀ ଓ ଦେଢ଼ ଶାଶୁ ଙ୍କ କଳିରେ ସ୍ଵାମୀ ବଳି ବଳିପଡିଛନ୍ତି । ମୃତକ ଜଣକ ହେଉଛନ୍ତି ପଞ୍ଚା ନାୟକ । ଓଳାମ୍ବା ବାସିନ୍ଦା ଦଣ୍ଡପାଣି ନାୟକ ଙ୍କ ପୁତ୍ର ସନ୍ତାନ ନଥିବାରୁ ସେ ନିଜ ସାନ ଝିଅ କୁନି ନାୟକ ଙ୍କୁ ନିଜର ଭଣଜା ପଞ୍ଚା ନାୟକ ଙ୍କ ସହ ଵିଵାହ କରାଇ ଘର ଜ୍ବାଇଁ କରି ରଖିଥିଲେ । ବଡ଼ ଝିଅ ଅବିବାହିତା ବୈଜୟନ୍ତୀ ନାୟକ ଏହି ପରିବାରର ପଡୋଶୀ ହୋଇ ରହୁଥିଲେ । ପଞ୍ଚା ନାୟକ ଙ୍କ ଦେଢ଼ ବର୍ଷର ଏକ କନ୍ୟା ସନ୍ତାନ ଟିଏ ମଧ୍ୟ ରହିଛି । ସୂଚନା ଅନୁଯାୟୀ ପଞ୍ଚା ନାୟକ ପ୍ରତିଦିନ ମଦ ପିଇ ଆସି ଘରେ ଗଣ୍ଡଗୋଳ କରୁଥିଲେ ।

ଆଜି ସକାଳେ ସେ ମଦ ପିଇ ଆସି ଘରେ ଗଣ୍ଡଗୋଳ କରିବା ସହିତ ନିଜ ସ୍ତ୍ରୀ ଙ୍କୁ ମାରି ନିଜର ଦେଢ଼ ଶାଶୁ ଙ୍କୁ ବିବାହ କରିବି ବୋଲି ଧମକ ଦେଇ କାତିରେ ହାଣିବ ପାଇଁ ଆକ୍ରମଣ କରିଥିଲା । ଫଳତଃ ସ୍ଵାମୀ ଏବଂ ଦୁଇ ଭଉଣୀଙ୍କ ମଧ୍ୟରେ ବଚସା ହୋଇଥିଲ । ଏଥିରେ ସ୍ଵାମୀ ପଞ୍ଚା ନାୟକଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇ ଭଉଣୀ ଆହତ ହୋଇ ଗୃହରେ ପଡିରହିଥିବା ସମୟରେ ବଡଗଡ ଥାନାଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଏସ ଆଇ ଦେବଦତ ପ୍ରିୟଦର୍ଶୀ ସଦଳ ବଳେ ଘଟଣା ସ୍ଥଳରେ ପହଁଚି ଆହତ ଦୁଇ ଭଉଣୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲକୁ ପଠାଯାଇଛି ଏବଂ ଖବର ସଂଗ୍ରହ ସୁଦ୍ଧା ମୃତ ପାଞ୍ଚ ଙ୍କ ଶବ ଘର ସମ୍ମୁଖରେ ପଡିରହିଛି । ମୃତକଙ୍କ ବାମ ହାତରେ ଏକ କାତି ଥିବା ଦେଖିବାକୁ ମିଳିଛି । (ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version