ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ଭୂପତିଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ସ୍ଥାନୀୟ ଷ୍ଟେଟବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଅତ୍ୟନ୍ତ ସଫଳତାର ସହ ଗିରଫ କରାଯାଇ ସମସ୍ତ ଟଙ୍କା ଉଦ୍ଧାର କରାଯାଇଥିବା ସୂଚନା ମିଳିଛି. ଆଇଆଇସି ଶ୍ରୀ ଭୂପତିଙ୍କ ଏଭଳି କାର୍ଯ୍ୟଦକ୍ଷତା ଯୋଗୁଁ ପାରଳା ସହରର ଜନ ସାଧାରଣଙ୍କ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି. ଗତକାଲି ଅପରାହ୍ନରେ ପାରଳାଖେମୁଣ୍ଡି ସହରର ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ଜଣେ ଗ୍ରାହକଙ୍କ ଠାରୁ ଦୁଇଜଣ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ଲୁଟିନେଇ ଚମ୍ପଟ୍ ମାରିଥିଲେ l
