ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା : ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡ଼ିଶାର ବହୁଚର୍ଚ୍ଚିତ ଗଜପତିର ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତତତ୍କାଳୀନ ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ ହୋଇଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ ୨୭ ତାରିଖ ଦିନ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ ଅଦାଲତରେ ଶ୍ରୀ ବେହେରା ଆତ୍ମସମର୍ପଣ ପରେ କରି ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ପାରଳାଖେମୁଣ୍ଡି ଜେଲକୁ ପଠା ଯାଇଥିଲା.

ବର୍ତ୍ତମାନ ଉଁ ସେ ପାରଳାଖେମୁଣ୍ଡି ଜେଲରେ ରହିଛନ୍ତି. ଏହି ମାମଲାର ନିରପେକ୍ଷ ବିଚାରଣା ପାଇଁ ମୁଖ୍ୟମନ୍ତ୍ରୀ ମୋହନ କୁମାର ମାଝୀଙ୍କ ନିର୍ଦେଶକ୍ରମେ ବରିଷ୍ଠ ଆଇଏଫଏସ ଅଧିକାରୀ ତଥା ପାରଳାଖେମୁଣ୍ଡିର ପୂର୍ବତନ ଡ଼ିଏଫଓ ସଂଗ୍ରାମ ବେହେରାଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଥିବା ଜଣାଯାଇଛି ।

Exit mobile version