ଅବକାରୀ ବିଭାଗର ଚଢ଼ାଉ ,୧୫ ଲକ୍ଷ ୬୦ ହଜାର ଟଙ୍କାର ହିରୋଇନ୍ ଜବତ

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ଜିଲ୍ଲାର ଅବକାରୀ ବିଭାଗର ଘନ ଘନ ଚଢ଼ାଉ ୧୫ ଲକ୍ଷ ୬୦ ହଜାର ଟଙ୍କାର ହିରୋଇନ୍ ଜବତ କରାଯାଇଛି । ସଂପ୍ରତି ଯୁବ ସମାଜ ନିଶା ପ୍ରତି ଆକୃଷ୍ଟ ହୋଇ ପଡିବାକୁ ନେଇ ସକ୍ରିୟ ହୋଇ ପଡିଛନ୍ତି ଚୋରା ନିଶା ବେପାରୀ। କିନ୍ତୁ ଏହି ଚୋରା ନିଶା ବେପାରୀମାନେ ଯେତିକି ସକ୍ରିୟ ହେଉଛନ୍ତି ଏମାନଙ୍କୁ ରୋକିବାକୁ ଜିଲ୍ଲା ଅବକାରୀ ବିଭାଗ ସେତିକି ତତ୍ପର ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକର ଓ.ଏମ୍.ପି ଛକ ସ୍ଥିତ ବେହେରା ମିଷ୍ଟାନ୍ନ ଦୋକାନ ସମ୍ମୁଖରୁ କଲିକତାର ଜନୈକ ୨୮ ବର୍ଷିୟ ଯୁବକଙ୍କୁ ସନ୍ଦେହଜନକ ଭାବେ ଠିଆ ହୋଇଥିବା  ଦେଖି ତଲାସୀ ବେଳେ ୧୫୫ ଗ୍ରାମର ହିରୋଇନ୍ ଯାହାର ଆନୁମାନିକ ମୂଲ୍ୟ ପ୍ରାୟତଃ ୧୫ ଲକ୍ଷ ୬୦ ହଜାର.ଟଙ୍କା ହେବା ସହିତ ଏକ ରେଡ଼ିମ୍ ଏ-୫ ମୋବାଇଲ ଜବତ କରିଛି ।

ପଚରାଉଚରା ବେଳେ ଉକ୍ତ ଚୋରା ହିରୋଇନ୍ ବେପାରୀର ନାମ ଦୀପଙ୍କର ନନ୍ଦୀ ଏବଂ ସେ କଲିକତାର ସନ୍ତ୍ରାଗାଛି ର ବୋଲି ଜଣାପଡିଛି ଓ ପେଶାରେ ସେ ଜଣେ ଚୋରା ହିରୋଇନ୍ ବେପାରୀ । କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶ ରେ ଏହି ଚଢ଼ାଉରେ କଟକ ସଦର ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟ, ଭାରପ୍ରାପ୍ତ ଅବକାରୀ ଅଧିକାରୀ ସୁଶ୍ରୀ ସଙ୍ଗୀତା ମହାପାତ୍ର, ଅବକାରୀ ସହକାରୀ ଉପ-ନିରୀକ୍ଷକ ଶ୍ରୀମତୀ ସୁନୀତା ଏଣ୍ଡ, ଅବକାରୀ କନେଷ୍ଟବଳ ଶ୍ରୀମତୀ ବାସନ୍ତୀ ସଲିମା, ଶ୍ରୀ ସୁନୀଲ କୁମାର ବଳ ଓ ଶ୍ରୀ ରଞ୍ଜନ ଭୋଇ ସାମିଲ ଥିଲେ। ଚୋରା ବେପାରୀ ଦୀପଙ୍କର କୁ ଓଡ଼ିଶା ଅବକାରୀ ଆଇନ ୧୯୮୫ ର ୨୧(ବି) ଏନ୍.ଡି.ପି.ଏସ୍ ଧାରା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Exit mobile version