ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆମ୍ ଆଦ୍ମୀ ପାର୍ଟି, ପୁରୀ ପକ୍ଷରୁ ପୁରୀ ମହାନଗର ନିଗମର ମାନ୍ୟବର କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପବିତ୍ର ରଥଯାତ୍ରା ସମୟରେ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା, ଯାହା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବହୁତ ଉପକାରୀ ହୋଇଥିଲା । କିନ୍ତୁ ରଥଯାତ୍ରା ଶେଷ ହେବା ପରେ ସେହି ଶୌଚାଳୟଗୁଡ଼ିକୁ ହଟାଇ ଦିଆଯାଇଥିବାରୁ ପୁରୀ ସହରରେ ପୁନର୍ବାର ସାର୍ବଜନୀନ ଶୌଚାଳୟ ଓ ୟୁରିନାଲ୍ର ଅଭାବ ଦେଖାଦେଇଛି ।
