ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ନୟାଗଡ ପରମ୍ପରା ପରିଷଦର “ଶ୍ରୀ ନୀଳମାଧବ” ନାଟକ ମଞ୍ଚସ୍ଥ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ନୟାଗଡ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ନାଟକ ଶ୍ରୀ ନୀଳମାଧବ ମଞ୍ଚସ୍ଥ କରିଥିଲା । ଏହି ଉତ୍ସବର ଉଦ୍ଘାଟନୀ ପର୍ବରେ ଅନୁଷ୍ଠାନ ର କର୍ମକର୍ତ୍ତା ଚକ୍ରଧର ମହାପାତ୍ର, ରାମକୃଷ୍ଣ ମହାନ୍ତି, ଗୋବିନ୍ଦ ମହାନ୍ତି, ବିକାଶ ଦତ୍ତ,ଗୁରୁ ଆର୍ତ୍ତତ୍ରାଣ ଶତପଥୀ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ମମତା ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ ।

ପରେ ପରେ ନୟାଗଡର ପରମ୍ପରା ପରିଷଦ ଶ୍ରୀ ନୀଳମାଧବ ନାଟକ କୁ ମଞ୍ଚସ୍ଥ କରିଥିଲେ । ବ୍ରହ୍ମାଦ୍ରି ପାହାଡ଼ ରୁ ଶ୍ରୀ ନୀଳମାଧବ କିପରି ଆସି ଜଗତର ନାଥ ଜଗନ୍ନାଥ ରୂପରେ ପୁରୀ ରେ ପୂଜା ପାଉଛନ୍ତି ସେ ସମ୍ବନ୍ଧ ରେ ନାଟକ ର ବିଷୟ ବସ୍ତୁ, ଅତି ଚମତ୍କାର ଭାବେ ଏହି ନାଟକ ର ଚରିତ୍ର ମାନେ ସେମାନଙ୍କ ନିଖୁଣ ଅଭିନୟ ମାଧ୍ୟମ ରେ ପ୍ରଦର୍ଶନ କରିଥିଲେ ନାଟକ ନୀଳ ମାଧବ ।

ଏହି ନାଟକ ରେ ଅଭିନୟ କରିଥିବା ଚରିତ୍ର ମାନେ ହେଲେ ନୀଳମାଧବ – ରିତେଶ ବେହେରା, ବିଶ୍ଵାବସୁ – ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଇନ୍ଦ୍ରଦ୍ଵିମ୍ନ – ରବିନ୍ଦ୍ର କୁମାର ମହାପାତ୍ର,ଗୁଣ୍ଡିଚା ରାଣୀ- ନିଳୀମା ନନ୍ଦ, ବିଦ୍ୟାପତି- ସାଗର ଶୂରଦେଓ, ଲଳିତା – ଅନ୍ତିମାଶା, ମନ୍ତ୍ରୀ – ରାଜେଶ ସାମନ୍ତରାୟ, ନାରଦ – ପ୍ରତାପ କୁମାର ସାହୁ, ଶବର – ପୂର୍ଣ୍ଣଚନ୍ଦ୍ର, ସୁଦର୍ଶନ, ରବିନ୍ଦ୍ର, ରବି ନାରାୟଣ, ଚକ୍ରଧର , କଟୁଆଳ – ସଚ୍ଚିଦାନନ୍ଦ ବେହେରା ।

ଡ଼ ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ନାଟକ କୁ ରଚନା କରିଥିଲେ ଏବଂ ଏହାକୁ ନିର୍ଦ୍ଦେଶନା ଦେଇଥିଲେ । ପ୍ରଫୁଲ୍ଲ କୁମାର ସାହୁ ଏହାର ସଙ୍ଗୀତ ପରିଚାଳନା କରିଥିଲେ । ପ୍ରାରମ୍ଭ ରେ ସାଗର ଶୂରେଦେଓ ପରମ୍ପରା ପରିଷଦ ସମ୍ପର୍କ ରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ତିମାଶା ଏକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

Exit mobile version