ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ରାଜ୍ୟର ବିଭିନ୍ନ ନଦୀରେ ବଢ଼ୁଛି ଏବେ ବନ୍ୟାଜଳ, ବହୁ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଭୋକ ଉପାସରେ ଜଳବନ୍ଦୀରେ କାଳାତିପାତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଏବେ ଦେବୀ ନଦୀରେ ଆସିଛି ଭୟଙ୍କର ବନ୍ୟା ଜଳ, କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା, ଏବେ ନଦୀଉପକଣ୍ଠ , କଣ୍ଟିସାଳ ,ସଡାନ୍ସ, ପାଟେଲି, ଗୁଣ୍ଡର , ସରାକୁଳ, କୋରକୋର, କପାସି, ସାତକାଳିଆ, କରାଙ୍ଗ, ଆଦି ଗ୍ରାମର ଲୋକମାନେ ଭୟଭିତ ହୋଇପଡିଛନ୍ତି,। ନଦୀ ବନ୍ଧ ପଥର ପ୍ୟକିଙ୍ଗରୁ ପଥର ଖସୁଥିବାରୁ ବନ୍ଧର ସ୍ଥାୟୀତ୍ଵ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ।

ଯେତେ ରାତି ବଢ଼ୁଛି ସେମାନଙ୍କ ପାଇଁ ସେତେ ଚିନ୍ତା ବଢ଼ୁଛି , କିମ୍ କର୍ତ୍ତବ୍ୟ ବିମୁଢ଼ ହୋଇ ଲୋକେ ବନ୍ଧ ଭାଙ୍ଗିବା ଆଶଙ୍କାରେ ନଦୀବନ୍ଧ ଉପରେ ଭୟ ଓ ଆତଙ୍କିତ ଅବସ୍ଥାରେ ଅନିଦ୍ରା ହୋଇ ଜଗି ବସିଛନ୍ତି । ବିପଦ ସଙ୍କୁଳ ଏହି ନଦୀ ବନ୍ଧଟି ନଦୀର ପ୍ରଖର ସ୍ରୋତରେ ଧସିଲା ପଥର ପ୍ୟାକିଂ, ତାହା ଦେଖି ଲୋକଙ୍କ ମନରେ ଛନକା ପଶିଯାଇଛି। ଜଳସେଚନ ବିଭାଗ ପକ୍ଷରୁ ବନ୍ଧ ସୁରକ୍ଷା ଲାଗି ଉଦ୍ୟମ ଜାରି ରଖିଛନ୍ତି । ପଥର ଖସଥିବା ବନ୍ଧ ସ୍ଥାନରେ ଗ୍ରାମବାସୀଙ୍କ ସମେତ ବିଭାଗୀୟ କର୍ମଚାରିମାନେ ୨୪ ଘଣ୍ଟିଆ ତଦାରଖ ଜାରି ରଖିଛନ୍ତି । ଏହି ସ୍ଥାନରେ ଦେବୀ ନଦୀର ଗର୍ଭରେ ପୂର୍ବରୁ ଗୋଟିଏ ଗ୍ରାମ ଲିନ ହୋଇଯାଇଛି ।

ତା ପରଠାରୁ ସରକାର ଏ ଠାରେ ପଥର ପ୍ୟକିଂ, ବୁରୁଜ ନିର୍ମାଣ କରି ପ୍ରତି ବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେବି ସୁଧୁରିନି ଏହି ଦୁଃଖଡ ସମସ୍ୟା। ଯାହା ଅଞ୍ଚଳ ବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ଏହି ଦେବୀ ନଦୀର କଣ୍ଟିଶାଳ ଠାରେ ଦୁଇଟି ବୁରୁଜ ତିଆରି କରାଯାଇଛି , ଏହି ବୁରୂଜ ଅତିକ୍ରମ କରି ବନ୍ୟା ଜଳ ଯେତେବେଳେ ନିଷ୍କାସନ ହେଉଛି, ଏଵଂ ପୁନର୍ବାର ଫେରୁଛି ପାଣି, ତାହା ଖୁବ୍ ଯୋରରେ ବନ୍ଧରେ ମାଡ ହେବା ଯୋଗୁଁ ଅତଡା ଖାଉଛି ପାଣି, ଏବଂ ପଥର ପ୍ୟାକିଂ ଦିନକୁ ଦିନ ଖସିବାକୁ ଲାଗୁଛି । ଏବେ ଏହି ଦେବୀ ନଦୀରେ ପୁଣି ଅଧିକ ପାଣି ଆସୂଥିବାରୁ ଅଞ୍ଚଳବାସିଙ୍କ ଚିନ୍ତା ବଢ଼ାଇଛି ।

ପୂର୍ବରୁ ଏହି ଦେବୀ ନଦୀର ଗୁଣ୍ଡର ଠାରେ ୬ ସହ ଫୁଟ ଓସାରର ଘାଇ ସୃଷ୍ଟି ହୋଇଥିଲା । ଯାହା ଫଳରେ କି ବ୍ୟାପକ ଧନଜୀବନ ବିପର୍ଯ୍ୟସ୍ତ ହୋଇ ପଡିଥିଲା। ଏହି ଗୁଣ୍ଡର ଘାଇର ବନ୍ୟାରେ ନିଆଳି ବ୍ଳକର ୨୩ ଟି ପଞ୍ଚାୟତର ଗ୍ରାମଗୁଡିକ ଜଳାର୍ଣବ ହେବା ସଙ୍ଗେ ସଙ୍ଗେ ଲକ୍ଷାଧିକ ଲୋକ ବାସହୀନ ହୋଇ ପଡ଼ିବା ସହ ହଜାର ହଜାର ହେକ୍ଟର ଧାନ, ପାନ, ପନିପରିବା ଫସଲ ସମୂଳେ ନଷ୍ଟ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଖାଦ୍ୟ ଅଭାବରୁ ଲୋକମାନେ ହା ଅର୍ଣ୍ଣ ପାଇଁ ଚିତ୍କାର କରିବା ସହିତ ଅନାହାରରେ କାଳାତିପାତ କରୁଥିବା ବେଳେ ବନ୍ୟା ବିପନ୍ନ ପରିବାରର ପିଲା ଛୁଆଙ୍କ ରହିବା ଲାଗି ଜାଗାଟିଏ ନ ଥିବାରୁ ସେମାନେ ବାଧ୍ୟ ହୋଇ ବର୍ଷା ଝଡ଼ର ଖୋଲା ଆକାଶ ତଳେ ଆଶ୍ରୟ ନିଅନ୍ତି ।

ଏହି ପ୍ରଳୟଙ୍କରୀ ବନ୍ୟାରେ ବହୁ ସଂଖ୍ୟାରେ ଗୃହ ପାଳିତ ଗାଈ ଗୋରୁ ପଶୁପକ୍ଷୀ ମାନେ ମଧ୍ୟ ଭାଷୀ ଯାଇଥିଲେ। ଏହି ପ୍ରଳୟଙ୍କରୀ ବନ୍ୟା ଦ୍ବାରା ଲୋକମାନେ ସର୍ବସ ହରାଇ ଦୁଃଖରେ କାଳାତିପାତ କରୁଥିବାର କରୁଣର ଦୃଶ୍ୟ ଲୋକମାନଙ୍କ ମନରୁ ଲିଭି ନ ଥିବା ବେଳେ ଏବେ ଏହି ଦେବୀ ନଦୀରେ ପୁଣି ପ୍ରୟଙ୍କରୀ ବନ୍ୟା ଆସିଥିବାରୁ କଣ୍ଟିସାଳ ଠାରେ ଏହି ପଥର ପ୍ୟାକିଙ୍ଗରୁ ଅତଡା ଖସୁଥିବରୁ ଘଟଣାର ଏହି ନଦୀ ବନ୍ଧର ସ୍ଥାୟୀତ୍ଵକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମନରେ ପୁଣି ନଦୀ ବନ୍ଧର ଘାଇ ହେବାର ଆଶଙ୍କାରେ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ।

ଏହି ଦେବୀ ନଦୀରେ ଏବେ କୁମ୍ଭୀର ଭାସୁ ଥିବାର ଦୃଶ୍ୟ ନଦୀକୂଳିଆ ଅଞ୍ଚଳବାସୀଙ୍କ ମନରେ ଭୟର ଛନକା ପଶିଛି । ଏଣୁ ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଏହି ନଦୀବନ୍ଧ ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏଠାରେ ସ୍ଥାଇ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ ନାରାୟଣ ବେହେରାଙ୍କ ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Exit mobile version