Home ଅପରାଧ ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ by Proprietor Abhimanyu Maharana 50 minutes ago Share on FacebookShare on TwitterWhatsapp ନଅଟି ଚୋରି ଓ ଛିନତାଇ ଗ୍ୟାଙ୍ଗର ଦୁଇ ନାବାଳକ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ୍ କଲା ରାଉରକେଲା ସେକ୍ଟର-୧୯ ପୋଲିସ ରାଉରକେଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସେକ୍ଟର-୧୯ ପୋଲିସ ଷ୍ଟେସନ୍ ସଫଳତାର ସହ ଛଅଟି ଛିନତାଇ ଏବଂ ତିନୋଟି ଚୋରି ମାମଲା ସମାଧାନ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଆଇନ ବିରୁଦ୍ଧାଚରଣ (CCL) ରେ ଦୁଇ ପିଲାଙ୍କୁ ଅଟକ ରଖିଛି । ଅଭିଯୁକ୍ତଙ୍କଠାରୁ ପୋଲିସ ଆଠଟି ଚୋରି ମୋବାଇଲ୍ ଫୋନ୍, ନଗଦ ୧୫,୯୦୦ (୧୫ ହଜାର ୯ ଶହ)ଟଙ୍କା ଏବଂ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରିଛି । ଡିଏସପି ମନୋରଞ୍ଜନ ଦାସ ଏବଂ ସେକ୍ଟର-୧୯ ଥାନା ଅଧିକାରୀ ବୈଦ୍ୟନାଥ ସାହୁ ଏ ବିଷୟରେ ସୂଚନା ଦେଇଛନ୍ତି । ପୋଲିସର ସୂଚନା ଅନୁସାରେ ୨୦୨୬ ଜୁଲାଇ ୨୯ ତାରିଖରେ ସେକ୍ଟର-୧୯ ପୋଲିସ ଥାନା କେସ୍ ନମ୍ବର ୧୬୧ ଅନୁଯାୟୀ ପଞ୍ଜିକୃତ ଏକ ମାମଲାର ତଦନ୍ତ ସମୟରେ ଏହି ସଫଳତା ମିଳିଛି । ଅଭିଯୋଗକାରୀ ବିଶ୍ରା ଥାନା ଅନ୍ତର୍ଗତ ଖୁଣ୍ଟଗାଓଁ ସାରାଇଟୋଲି ନିବାସୀ ସୁକୋ ଓରାମ (୫୦) କହିଛନ୍ତି ଯେ, ଜୁଲାଇ ୨୯ ତାରିଖ ଦିନ ପ୍ରାୟ ୨ଟା ସମୟରେ, ସେ ସେକ୍ଟର-୧୯ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆର ଟାଉନସିପ୍ ଶାଖାରୁ ୪,୦୦୦ ଟଙ୍କା ଉଠାଇ ଫେରୁଥିଲା ବେଳେ ଏକ ମୋଟରସାଇକେଲରେ ତିନି ଜଣ ଯୁବକ ତାଙ୍କ ପଛରୁ ଆସି ତାଙ୍କ ଭ୍ୟାନିଟି ବ୍ୟାଗକୁ ଛଡ଼ାଇ ନେଇଥିଲେ । ଭ୍ଯାନିଟରେ ୪ ହଜାର ୧୦୦ ଟଙ୍କା, ଏକ ଆଧାର କାର୍ଡ, ଗୋଟିଏ ବ୍ୟାଙ୍କ ପାସବୁକ୍ ଏବଂ ଏକ ଫଟୋ ଥିଲା । ଭ୍ଯାନିଟ୍ ନେଇ ସେମାନେ ସେଠାରୁ ପଳାଇ ଯାଇଥିଲେ । ମମାମଲାର ତଦନ୍ତ କରି ପୋଲିସ ରାଉରକେଲା ସେକ୍ଟର-୩ ଥାନା ଅଧିନସ୍ଥ ସେକ୍ଟର-୧ର କଲ୍ୟାଣୀ ବସ୍ତି ନିବାସୀ କନ୍ହେୟା ଚୌଧୁରୀଙ୍କ ପୁଅ ସୁରଜ ଚୌଧୁରୀ ଓରଫ ଚିଣ୍ଟୁ (୨୬)କୁ ଗିରଫ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଥିଲା । ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ଆଧାରରେ, ଛିନତାଇ ଏବଂ ଚୋରିର ମୋଟ ନଅଟି ଘଟଣାର ପର୍ଦ୍ଦାଫାସ ହୋଇଛି, ଏବଂ ଅଧିକ ତଦନ୍ତ ଜାରି ରହିଛି । Categories: ଅପରାଧ, ଓଡ଼ିଶା, ଝାରସୁଗୁଡା, ସୁନ୍ଦରଗଡ଼, ହୋମ୍ Related Content ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ by Proprietor Abhimanyu Maharana August 3, 2026 ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana August 3, 2026 ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana August 2, 2026 ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ by Proprietor Abhimanyu Maharana August 2, 2026 ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ by Proprietor Abhimanyu Maharana August 2, 2026 ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ by Proprietor Abhimanyu Maharana August 2, 2026