ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ

କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ତହସିଲ ଅଧିନ ମାଧବ ରାଜସ୍ୱ ନିରୀକ୍ଷକ କିଶୋର କୁମାର ସ୍ୱାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ଵାରା ଧରାପଡ଼ିଥିବା ଜଣାପଡିଛି । ଖବର ନେବାରେ ଜଣାପଡିଛି ଯେ କୃଷ୍ଣପ୍ରସାଦ ପଞ୍ଚାୟତର ନୁଆପିତାପଡ଼ା ଗ୍ରାମର ହୃଷିକେଶ ଲେଙ୍କାଙ୍କ ଦୀର୍ଘ ୨୦ ବର୍ଷର ଦୁଇଟି ଜମିର ପଟ୍ଟା ବାହାର କରିବା ପାଇଁ ରାଜସ୍ଵ ନିରୀକ୍ଷକ ଶ୍ରୀ ସ୍ଵାଇଁ ବାରମ୍ବାର ଅଫିସକୁ ଦୌଡ଼ାଇ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଶ୍ରୀ ଜଣେ ଗରୀବ ଲୋକ ହୋଇଥିବାରୁ ଅକ୍ଷମ ପ୍ରକାଶ କରି ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

ଶ୍ରୀ ଲେଙ୍କା ୩୦ ହଜାର ଟଙ୍କା କିଶୋର କୁମାର ସ୍ୱାଇଁଙ୍କୁ ମଧ୍ୟସ୍ଥିତିରେ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡି ବସିଥିଲା । ଘଟଣା ସ୍ଥଳରୁ ନଗଦ ଅର୍ଥ ଜବତ କରିବା ସହ ସଂପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି ବୋଲି ଭିଜିଲାନ୍ସ ଡିଏସପି ଗୀତାଞ୍ଜଳି ସାହୁ ସୂଚନା ଦେଇଛନ୍ତି । ଭିଜିଲାନସ୍ ଦ୍ବାରା ଲାଞ୍ଚ ନେଇ ଧରାପଡ଼ିଥିବା ରାଜସ୍ଵ ନିରୀକ୍ଷକଙ୍କ ଘଟଣା ନେଇ ନିଆଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।

ପ୍ରକାଶ ଯେ ଖାଲି ଏହି ରାଜସ୍ୱ ନିରୀକ୍ଷକ ଦୁର୍ନୀତି ଗ୍ରସ୍ତ ନୁହେଁ ନିଆଳି ବ୍ଲକ, କଣ୍ଟାପଡ଼ା ବ୍ଲକ, ସମେତ କଟକ ସଦରର , ତହସିଲ, ଜଳସେଚନ, ପାନୀୟ ଜଳ ଯୋଗାଣ ବିଭାଗ, ଆର ଆଣ୍ଡ ବି ବିଭାଗ , ଥାନା, ବନ ବିଭାଗ, କୃଷି ବିଭାଗ, ବିଦ୍ୟୁତ୍ ବିଭାଗ ଆଦି ବିଭିନ୍ନ ସରକାରୀ କର୍ମଚାରୀଙ୍କ ଦ୍ଵାରା ବହୁଳ ଭାବେ ଲାଞ୍ଜ ବିଭିନ୍ନ କାମରେ ଆଦାୟ କରାଯାଉଛି । ଏହାର ଭିଜିଲାନସ୍ ତଦନ୍ତ କରିବାକୁ ସାଧାରଣରେ ଦାବି କରାଯାଇଛି ।

Exit mobile version