ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ

ଫୁଲବାଣୀର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ କଦ୍ଧମାଳ ଜିଲ୍ଲା ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ ଅଗଷ୍ଟ ପହିଲା ଦିନ ( ଶନିବାର ଦିନ) ପାଳନ କରାଯାଇଥିଲା । ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ଫକୀର ଚରଣ ସାହୁ ବୃକ୍ଷ ରୋପଣ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଇ ଟି ଆଇ ର ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ନିଜ ମତ ବ୍ୟକ୍ତ କରିଥିଲେ । ଵୃକ୍ଷ ର ଫଳ ,ଫୁଲ , ସେ ସବୁର ଆବଶ୍ୟକତା , ଓ ଉପକାର ଏବଂ ପରିବେଶ ସୁରକ୍ଷା ରେ ମାନବ ସମାଜ କୁ କି ଭଳି ସହାୟତା ସହାୟକ ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଉପଦେଶ ମଧ୍ୟମରେ ବୁଝାଇ ଥିଲେ ସମାଜ ର ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ,ପୃଥିବୀ ପୃଷ୍ଠ ରେ ପ୍ରାୟ 195 ରୁ ଉର୍ଦ୍ଧ ଦେଶ ରହିଥିବା ବେଳେ ,। ତିନି ଭାଗ ଜଳ ( ଲୁଣି ପାଣି ) ର ଜଳ ସ୍ତର ରହିଛି ।

ଏବଂ ଏକ ଭାଗ (25 ) ଭାଗ ସ୍ଥଳ ଭାଗ ମଧ୍ୟରୁ ମାତ୍ର ତିନି ଭାଗ ମଧୁର ଜଳ ରହିଛି । ତା ଉପରେ ସମସ୍ତେ ଦେଶ ର ଜୀବ ସମାଜ ନିର୍ଭର କରନ୍ତି ।।ପୃଥିବୀ ପୃଷ୍ଟା ର ସମସ୍ତେ ଦେଶ , ମଧୁର ଜଳ ଉପରେ, ନିର୍ଭର କରନ୍ତି । ମଧୁର ଜଳ ପାଇବା ପାଇଁ ବୃକ୍ଷ ର ଆବଶ୍ୟକତା ରହିଛି ।ପ୍ରତ୍ୟେକ ବ୍ୟକ୍ତି ବିଶେଷ , ସଚେତନ ନାଗରିକ ସମାଜ , ଯୁବ ବନ୍ଧୁ ,ଛାତ୍ର ଛାତ୍ରୀ ,ପ୍ରମୁଖ ବୃକ୍ଷ ରୋପଣ ଉପରେ ଗୃରୁତ୍ୱ ଦେବା ଆବଶ୍ୟକ । ବୃକ୍ଷ ରୋପଣ ଉତ୍ସବରେ ଜିଲ୍ଲା ବରିଷ୍ଟ ନାଗରିକ ସଂଘ ର ସଭାପତି ପଦ୍ମ ଚରଣ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ନବ କିଶୋର ରଥ ,ବରିଷ୍ଟ ଉପଦେଷ୍ଟା ନବୀନ କିଶୋର ପଣ୍ଡା , ସମ୍ଫାଦକ ପ୍ରଣବ ମଣ୍ଡଳ ,ଶିଳ୍ପ ତାଲିମ କେନ୍ଦ୍ର ର ଅଧ୍ୟକ୍ଷ ପ୍ରକାଶ ରଞନ ସୋରନ ପ୍ରମୁଖ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ନିଜ ନିଜ ବହୁ ମୂଲ୍ୟ ମତ ରଖିଥିଲେ ।

ଆଇ ଟି ଆଇ ର ଅଧ୍ୟାପକ ନୃସିଂହ ମହାପାତ୍ର ବୈଠକରେ ସ୍ୱର ସଂଯୋଜନା କରିଥିଲେ ।ଉପସଭାନେତ୍ରୀ ମଞୁଳା ପାଣିଗ୍ରାହୀ ,ବରିଷ୍ଟ ସଂଯୋଜକ ବଂଶଧର ପଣ୍ଡା ,ପ୍ରମୋଦ ସାହୁ ସହାୟତା କରିଥିଲେ । ଆଇ ଟି ଆଇ ପରିସର ମଧ୍ୟରେ ପ୍ରାୟ 50 ରୁ ଉର୍ଦ୍ଧ ବୃକ୍ଷ ବରିଷ୍ଟ ନାଗରିକ ଓ ନିମନ୍ତ୍ରିତ ଅତିଥି ମାନେ ବୃକ୍ଷ ଳୋପଣ କରିଥିଲେ । ଶିଳ୍ପ ତାଲିମ କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀ ପ୍ରକାଶ ରଞନ ସୋରେନ୍ , ମୁଖ୍ୟ ଅତିଥି ,ଉପଜିଲ୍ଲାପାଳ ବରିଷ୍ଟ ନାଗରିକ ସଂଘ ର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଵୃକ୍ଷ ରୋପଣ କାର୍ଯ୍ୟ କ୍ରମ ପାଇଁ କୃତଜ୍ଞତା ଜଣାଇ ଥିଲେ । ଶିଳ୍ପ ତାଲିମ କେନ୍ଦ ର ନୃସିଂହ ମହାପାତ୍ର ଙ୍କ ସହ ସମସ୍ତ ଶିଳ୍ପାୟନ କେନ୍ଦ୍ର ର ଅଧ୍ୟାପକ ଓ କର୍ମଚାରୀ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ସହଯୋଗ କରି କାର୍ଯ୍ୟ କ୍ରମକୁ ସଫଳ କରିଥିଲେ । ବରିଷ୍ଟ ନାଗରିକ ସଂଘ ର ସଭାପତି ପଦ୍ମ ଚଳଣ ସ୍ୱାଇ ଉପସ୍ଥିତ ସମସ୍ତଙ୍କୁ ବଧେଇ ଜଣାଇଥିଲେ ।

Exit mobile version