ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ’ରୁମ୍ ଉଦଘାଟିତ

ଭୂବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ୧୯୯୫ଠାରୁ ଓଡ଼ିଶାର ଜୁଏଲାରୀ ବ୍ୟବସାୟ କ୍ଷେତ୍ରରେ ଗ୍ରାହକଙ୍କ ନିକଟରେ ଏକ ବିଶ୍ୱାସଯୋଗ୍ୟ ନାମ ଭାବେ ପରିଚିତ ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ’ରୁମ୍ ଖାରବେଳ ନଗର ସ୍ଥିତ ଶୁଭମ୍ ମାର୍କେଟଠାରେ ଉଦଘାଟିତ ହୋଇଯାଇଛି ।

ଶୁକ୍ରବାର ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ଶୋ’ରୁମକୁ ଇପାରି ଗୋବିନ୍ଦମ୍ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଇପାରି ପ୍ରସାଦ ରାଓ ଉଦଘାଟନ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶିକା ଇପାରି ପ୍ରତିଭା ଏବଂ ନିର୍ଦ୍ଦେଶକ ଇପାରି ରାଜ୍ କିରଣ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଇପାରି ଗୋବିନ୍ଦମ୍ ଜୁଏଲର୍ସର ଶୋ’ରୁମ୍ ଜନପଥର ଖାରବେଳ ନଗରସ୍ଥିତ ନରୁଲା ମାର୍କେଟଠାରେ ଅବସ୍ଥିତ ଥିଲା । ବର୍ତ୍ତମାନ ଇପାରି ଗୋବିନ୍ଦମ୍ ଜୁଏଲର୍ସର ଏହି ନୂଆ ଶୋ’ରୁମ୍ ଖାରବେଳ ନଗର ସ୍ଥିତ ଶୁଭମ୍ ମାର୍କେଟକୁ ଉଠିଯାଇଛି । ଏହି ଶୁଭ ମୁହୂର୍ତ୍ତରେ ଇପାରି ପରିଚାଳନା ଟିମ୍ ସହ ବହୁ ସଂଖ୍ୟାରେ ଗ୍ରାହକ ଉପସ୍ଥିତ ଥିଲେ ।

Exit mobile version