ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ତାଳବଣିଆ ଖୋଖୋ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଓଡ଼ିଶାର ୨୩ ଟି ଜିଲ୍ଲାର ୬୩ ଜଣ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶା ଖୋ ଖୋ ଆସୋସିଏସନ ପକ୍ଷରୁ ଏହି ବୈଷୟିକ କାର୍ଯ୍ଯକର୍ତ୍ତା ମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କାର୍ଯ୍ଯକର୍ତ୍ତା ମାନେ ଖୋ ଖୋ କ୍ରୀଡା ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ଓ ନୂତନ କ୍ରୀଡାବିତ ଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ପାରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଆଶା ବ୍ୟକ୍ତ କରିଥିଲେ ।

ସେହିପରି ଖୋ ଖୋ ଆସୋସିଏସନ ର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଏହି ବୈଷୟିକ କାର୍ଯ୍ଯକର୍ତ୍ତା ମାନେ ଖୋ ଖୋ କ୍ରୀଡର ଟିକିନିଖି ବ୍ୟବସ୍ଥାବଳୀ କୁ ଖୋ ଖୋ କ୍ରୀଡାବିତ ଙ୍କୁ ଅବଗତ କରାଇ ଉପଯୁକ୍ତ ପ୍ରଶିକ୍ଷିତ କରାଇବେ।ଯାହା ଫଳରେ ସେହି କ୍ରୀଡାବିତ ମାନେ ଆମ ଦେଶ ପାଇଁ ସମ୍ବଳ ହୋଇ ବାହାରିବେ ବୋଲି କହିଥିଲେ ।

ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, କ୍ରୀଡା ସଂଘର ପ୍ରାକ୍ତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ଖୋ ଖୋ କ୍ରୀଡ଼ା କୁ ଏହି ପ୍ରକ୍ରିୟା ଆଗକୁ ନେବ ଓ ଆମ ପିଲା ମାନେ ବେଶ ଉପକୃତ ହୋଇ ପାରିବେ ବୋଲି କହିଥିଲେ ।କ୍ରୀଡା ଶିକ୍ଷକ ସୂର୍ଯ୍ୟ କାନ୍ତ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପରେ ଅତିଥି ମାନେ ବୈଷୟିକ କାର୍ଯ୍ଯକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version