ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ।
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆମ ମା,ମହିଳା ମାନଙ୍କ ମଧ୍ୟରେ ଭରପୁର ଆତ୍ମବିଶ୍ବାସ ଓ ଅଜସ୍ର ଶକ୍ତି ରହିଛି।ସେଥିପାଇଁ ସମଗ୍ର ଦେଶରେ ୨୬ ଲକ୍ଷ ୫୦ ହଜାର ଲକ୍ଷ ପତି ଦିଦି ସୃଷ୍ଟି କରି ଓଡ଼ିଶା ସର୍ବୋଚ୍ଚ ସ୍ଥାନ ହାସଲ କରିଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଆଜି ଅପରାହ୍ନ ରେ ପୁରୀ ସ୍ବାମୀ ନାରାୟଣ ମନ୍ଦିର ପରିସରରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ପୁରୀ, କଟକ,ଖୋର୍ଦ୍ଧା ଓ ନୟାଗଡ଼ ର ୬୦୦ ରୁ ଉର୍ଦ୍ଧ୍ବ ସୁଭଦ୍ରା ଶକ୍ତି ର ଡିଏଲଏଫ,ବିଏଲଏଫ ସଦସ୍ୟା ଏଥିରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ କରିବା ସହ ସେମାନଙ୍କ ସମସ୍ୟା,ଆଗାମୀ ଯୋଜନା, ନୂଆ ନୂଆ ଉତ୍ପାଦ ପାଇଁ ଆବଶ୍ୟକ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।
