ଜାତୀୟ ରକ୍ତ ଦାତା ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର )   ବ୍ରହ୍ମପୁର :- ବ୍ରହ୍ମପୁର ସବୁଜ ବାହିନୀ , ଆଞ୍ଚଳିକ ଵିକାଶ ପରିଷଦ ଓ ବ୍ରହ୍ମପୁର ରକ୍ତ ଭଣ୍ଡାର ଅନୁକୂଲ୍ୟରେ ଜାତୀୟ ରକ୍ତ ଦାତା ଦିବସ ଉପଲକ୍ଷେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତି ବର୍ଷ ଅକ୍ଟବର ଏକ ତାରିଖ କୁ ଜାତୀୟ ରକ୍ତ ଦାତା ଦିବସ ରୂପେ ପାଳନ କରାଯାଏ । ସ୍ବେଛାକୃତ ରକ୍ତ ଦାତା ମାନଙ୍କୁ ଆଜିର ଦିନ ଟି ସମର୍ପିତ । ଆଜିର ଶିବିର ରେ ସମୁଦାୟ 35 ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ବର୍ଷ ତମାମ ସବୁଜ ବାହିନୀ ତରଫରୁ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ କାର୍ଯ୍ୟକ୍ରମ ଚାଲୁଛି l ସମୁଦାୟ 16 ଗୋଟି ଶିବିର ରେ 308 ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସଭାପତି ଶିବରାମ ପାଣିଗ୍ରାହୀ ଓ ସାନ ଭାଇ ଗଣେଷ ପାଣିଗ୍ରାହୀ ମିଳିତ ଭାବେ ରକ୍ତ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ରକ୍ତ ଭଣ୍ଡାରର ଡାକ୍ତର ରସ୍ମିତା ପାଣିଗ୍ରାହୀ ଏବଂ ସବୁଜ ବାହିନୀ ର ସଭାପତି ଶିବରାମ ପାଣିଗ୍ରାହୀ ,ସତ୍ୟ ନାରାୟଣ ଦାସ, ବିଷ୍ଣୁ ପ୍ରସାଦ ଦାସ, ଦୀପକ କୁମାର ପାତ୍ର ,ସୁଶୀଲ କୁମାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ( ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version