ବନ୍ଦେ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି ଜନନୀ

ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ବନ୍ଦେ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି ଜନନୀ। ଜନନୀ ଜନନୀ ଜନନୀ। ବ୍ରହ୍ମମୟୀ, ବ୍ରହ୍ମଜ୍ଞାନୀ, ବ୍ରହ୍ମା ମନମୋହିନୀ। ଜନନୀ, ଜନନୀ, ଜନନୀ ।

୧) ଚରଣେ ଯାହାର ବହୁଛି ଚିଲିକା।ଯା ସ୍ମୃତି ବହନ କରିଛି ମାଣିକା। ସଞ୍ଜ ସକାଳର ବିହଂଗ ଶ୍ୱନରେ।ତୀର ତରଙ୍ଗର ତରଣୀ ନାଦରେ। ନୀଳ ବିଚିମାଳା ଚରିତ୍ର ଚପଳା ଗାଉଛି ପଞ୍ଚମ ରାଗିଣୀ। ଜନନୀ, ଜନନୀ, ଜନନୀ l

୨) ମେଖଳା ଶୋଭିତା ଦୟା, ଭାର୍ଗବୀ ତଟିନୀ। ରାଜହଂସୀ ,ରତ୍ନଚିରା,ପୂଣ୍ୟ ମନ୍ଦାକିନୀ।ବକ୍ଷ ଦେଶେ ଵିରାଜିତା ହରଚଣ୍ଡୀ ମାତ।କଣ୍ଠେ ଭାଗବତ କହେ ଦାଶ ଜଗନ୍ନାଥ।***ନମଇଁ ନୃସିଂହ ଚରଣ। ଅନାଦି ପରମ କାରଣ। ପ୍ରାଣୀଙ୍କ ଭଲମନ୍ଦ ବାଣୀ।ମରଣ କାଳେ ତାହା ଜାଣି। ଜନନୀ, ଜନନୀ, ଜନନୀ।

୩) ହୃଦୟ ବଲ୍ଲଭ ତୋର ଶ୍ରୀ ଅଲାରନାଥ।ସଦା ବନ୍ଦନା କରନ୍ତି ପାଂଚ ପଣ୍ଡୁ ସୁତ।ବସନ୍ତାଇ,ହେଙ୍ଗୁଳାଇ,କାଳିକା ବିଶେଷ।ବୀରକର୍ଣ, ନରସିଂହ ଗାଉଛନ୍ତି ଯଶ।ପାଇକ ନାୟକ ବକ୍ସି ଜଗବନ୍ଧୁ,ଖଣ୍ଡାରେ ଜିଣିଲେ ଅବନୀ। ଜନନୀ, ଜନନୀ, ଜନନୀ।

୪)ଦକ୍ଷିଣେ ଦୁର୍ଦ୍ଧଶ ବୀର କଳିଙ୍ଗ ସାଗର। ସଦା କାଳେ କରିଅଛି ନତ ଶତ୍ରୁ ଶିର। ଉତ୍ତରେ ସୁଯୋଗ୍ୟ ସୁତ ଭକତ ମନେଇଁ। ଅଭିରାମ ପରମହଂସ ରହିଛନ୍ତି ଚାହିଁ।ବ୍ରହ୍ମ ସତ୍ୟ, ଜଗତ୍ ମିଥ୍ୟା ଗାଇଲେ ତୋ ବାଣୀ। ଜନନୀ, ଜନନୀ, ଜନନୀ।

୫)ଶିରେ ଶୋଭିତ ଶ୍ରୀକ୍ଷେତ୍ର ଶ୍ରୀପୁରୁଷୋଧାମ।ଲଲାଟରେ ବିରାଜିତ ସ୍ୱୟଂ ପରଂବ୍ରହ୍ମ।ଶସ୍ୟ- ଶ୍ୟାମଳା- ଶୋଭିତା କେଦାର – ବନାନୀ।ଅପୂର୍ବା ଗୋ ଅପରୂପା ଶାନ୍ତି ପ୍ରଦାୟିନୀ। ଗୋଟିପୁଅ ସ୍ରଷ୍ଟା ଶ୍ରୀ ଚନ୍ଦ୍ରଶେଖର ନୃତ୍ୟରେ ମୋହିଲେ ଧରଣୀ। ଜନନୀ, ଜନନୀ, ଜନନୀ।

୬) ଧର୍ମର ତ୍ରିବେଣୀ ଧାର ପୀର, ମହାଵୀର।ଭାବନାରେ ପୂର୍ଣ ଭାବ କୁଣ୍ଡଳ ଈଶ୍ୱର। କୋଟି କଳୁଷ ନାଶନ ବାବା ହରିଶ୍ୱର। ସଂସ୍କୃତି ମହାମିଳନେ ଶ୍ରୀକମଳେଶ୍ୱର।ଐଶାନ୍ୟର ଅଧିପତି ଶ୍ରୀଐଶାନ୍ୟେଶ୍ୱର। ବାଲୁଙ୍କେଶ୍ୱର ଆବର ପ୍ରଭୁ ଇନ୍ଦ୍ରେଶ୍ୱର। ପୀଠରେ ତୋହର ଓଙ୍କାର, ଝଙ୍କାର ଆଲ୍ଲା ଈଶ୍ୱରଙ୍କ ବାଣୀ। ଜନନୀ, ଜନନୀ, ଜନନୀ।

୭) ରସିକ ରସଶେଖର ମାନସିଂହ କବି।। ଭୂମିପୁତ୍ର,ବାଣୀସୁତ ସେ କୁମାର କବି। ମାଧବୀ ଦାସୀ, ବୈଷ୍ଣବ-ରାୟ ରାମାନନ୍ଦ।ଜନମିଲେ ତୋ କୋଳରେ ବହୁ କବି ବୃନ୍ଦ। ଜଗନ୍ନାଥ ଗୋପ୍ୟଭୂମି ମାଟିର ଗୌରବ। କହ୍ନେଇ ଚମ୍ପତି ବୀର ଭୂମିର ବିଭବ।ତୋ କୋଳେ ବଢ଼ି ଗାଇଲେ ଗଉରବ ଗାଥା। ବନ୍ଦେ ବ୍ରହ୍ମମୟୀ ମାଗୋ ବ୍ରହ୍ମମୟୀ ମାତା।ମଧୁର ମାଳିନୀ,ବିଭବ ଶାଳିନୀ ଘେନ ଶତକୋଟି ଦୟିନୀ। ଜନନୀ, ଜନନୀ, ଜନନୀ।ବନ୍ଦେ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି ଜନନୀ l

Exit mobile version