ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ଭାରତରେ ପ୍ରିମିୟମ କଞ୍ଜ୍ୟୁମର ପୋର୍ଟଫୋଲିଓ ସମ୍ପ୍ରସାରଣ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଡେଲ୍ ଟେକ୍ନୋଲୋଜିସ୍ ପକ୍ଷରୁ ଭାରତରେ ଏହାର ଏକ୍ସପିଏସ, ଡେଲ୍ ଆଲେନୱେୟାରରେ ପରିବ୍ୟାପ୍ତ ଡିଭାଇସଗୁଡିକର ଏକ ନୂଆ ପ୍ରିମିୟମ କଞ୍ଜ୍ୟୁମର ପୋର୍ଟଫୋଲିଓର ଲଂଚ ଘେଷଣା କରିଛି । ଏହି ପୋର୍ଟଫୋଲିଓରେ ପ୍ରିମିୟମ, ପତଳା ଓ ହାଲୁକା ଲାପ୍‌ଟପ, ଏଆଇ ପରିଚାଳିତ ପ୍ରଡକ୍ଟିଭିଟି ଡିଭାଇସ ଓ ଉଚ୍ଚ ପ୍ରଦର୍ଶନକ୍ଷମ ଗେମିଂ ଡିଭାଇସ ଅନ୍ତର୍ଭୁକ୍ତ ରହିଛି । ଏହି ପୋର୍ଟଫୋଲିଓରେ ଥିବା ଏକ୍ସପିଏସ ୧୩ର ମୂଲ୍ୟ ୭୯,୯୯୦ ଟଙ୍କା, ଡେଲ୍ ୧୪ଏସର ମୂଲ୍ୟ ୧୧୯,୯୯୦ ଟଙ୍କା, ଡେଲ୍‌ଏସର ମୂଲ୍ୟ ୨୨୯,୯୯୦ ଟଙ୍କା ଏବଂ ଆଲେନୱେୟାର ୧୫ର ମୂଲ୍ୟ ୧୨୮,୯୯୦ ଟଙ୍କା ରହିଛି ।

ଡେଲ୍‌ର ଏହି ନୂତନ ଡିଭାଇସଗୁଡିକ ଡେଲ୍‌ଷ୍ଟୋର ଡଟ୍ କମ୍‌, ଡେଲ୍ ଏକ୍ସକ୍ଲୁସିଭ ଷ୍ଟୋର (ଡିଇଏସ), ଲାର୍ଜ ଫର୍ମାଟ ରିଟେଲ ଓ ମଲ୍ଟିବ୍ରାଣ୍ଡ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି । ଏହି ପୋର୍ଟଫୋଲିଓର ନୂଆ ଏକ୍ସପିଏସ ୧୩ରେ ୧୭ ଘଂଟା ପର୍ଯ୍ୟନ୍ତ ଷ୍ଟ୍ରିମିଂ ବ୍ୟାଟେରୀ ଲାଇଫ, ୧୨.୭ ଏମଏମ ରେଜର-ଥିନ ଏଜ୍‌, ଏକ କମ୍ପାକ୍ଟ ୧ କେଜି ଫର୍ମ ଫ୍ୟାକ୍ଟର, ୨.୫କେ ଏଲସିଡି ଇନ୍‌ଫିନିଟିଏଜ ଟଚ୍ ଡିସ୍‌ପ୍ଲେ ସହ ୧୦୦% ଡିସିଆଇ-ପି୩ କଲର କଭରେଜ, ସିଏନସି ଆଲୁମିନିୟମ ଡିଜାଇନ ରହିଛି ଏବଂ ଏହା ୩୨ ଜିବି ପର୍ଯ୍ୟନ୍ତ ଏଲପିଡିଡିଆର୫ଏକ୍ସ ମେମୋରୀ ସହ ଇଂଟେଲ କୋର ସିରିଜ୩ କିମ୍ବା ଇଂଟେଲ କୋର ଅଲ୍‌ଟ୍ରା ସିରିଜ ୩ ପ୍ରୋସେସର ଦ୍ୱାରା ପରିଚାଳିତ ।

ସେହିପରି ଡେଲ ୧୪ଏସ ଓ ୧୬ଏସ ୫୦ ଟପ୍‌ସ ପର୍ଯ୍ୟନ୍ତ ଏନପିୟୁ ସହ ନୂଆ ସିରିଜ ୩ ଇଂଟେଲ କୋର ଅଲ୍‌ଟ୍ରା ପ୍ରୋସସର କିମ୍ବା ଏଏମଡି ରାଇଜେନ ଏଆଇ ୪୦୦ ସିରିଜ ପ୍ରୋସେସର ଦ୍ୱାରା ପରିଚାଳିତ । ଆଲେନୱେୟାର ୧୫କୁ ଏବେ ଇଂଟେଲ କୋର ୭ (ସିରିଜ୨) ୨୪୦ଏଚ ପ୍ରୋସେସର ଓ ଏନଭିଡିଆ ଜିଫୋର୍ସ ଆରଟିଏକ୍ସ ୫୦୬୦ ଗ୍ରାଫିକ୍ସ ଥିବା ବିକଳ୍ପଗୁଡିକ ସହିତ ବିସ୍ତାର କରାଯାଇଛି । ଏହି ଲଂଚ ସମ୍ପର୍କରେ ଡେଲ୍ ଟେକ୍ନୋଲୋଜିସ୍‌ର ଗ୍ଲୋବାଲ କଞ୍ଜ୍ୟୁମର ଓ ଇକମର୍ସ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଓ ମହାପ୍ରବନ୍ଧକ କ୍ରିସ କାଓଗର୍ କହିଛନ୍ତି, “ଭାରତ ହେଉଛି ବିଶ୍ୱର ଅନ୍ୟତମ ସର୍ବାଧିକ ଗତିଶୀଳ ଓ ଚାହିଦାପୂର୍ଣ୍ଣ ଉପଭୋକ୍ତା ବଜାର ।

ଏହି ଲଂଚ୍ ସ୍ପଷ୍ଟ ଭାବେ ଆମର ଆନ୍ତର୍ଜାତୀୟ ଉପଭୋକ୍ତା ରଣନୀତିକୁ ପ୍ରତିଫଳନ କରୁଛି- ଯାହା ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ପ୍ରତ୍ୟେକ ବଜାରରେ, ପ୍ରତ୍ୟେକ ମୂଲ୍ୟ ବର୍ଗରେ ସଠିକ ଟେକ୍ନୋଲୋଜି ପ୍ରଦାନ କରୁଛି । ଭାରତୀୟ ଉପଭୋକ୍ତାମାନେ ଡେଲ୍‌ର ସମ୍ପୂର୍ଣ୍ଣ ଉଦ୍ଭାବନ ଶୃଙ୍ଖଳା ପାଇଁ ପହଂଚ ହାସଲ କରିକୁ ଯୋଗ୍ୟ ଅଟନ୍ତି ଏବଂ ଏହି ପୋର୍ଟଫୋଲିଓ ସେଥିପ୍ରତି ଆମର ପ୍ରତିବଦ୍ଧତା ଅଟେ ।”ଏସମ୍ପର୍କରେ ଡେଲ୍ ଟେକ୍ନୋଲୋଜିସ୍‌ର ଏସିଆ ପାସିଫିକ ଓ ଜାପାନର ଉପଭୋକ୍ତା ବ୍ୟବସାୟ ବିଭାଗର ଉପାଧ୍ୟକ୍ଷ ଓ ମହାପ୍ରବନ୍ଧକ ରାଜ କୁମାର ରିଶି କହିଛନ୍ତି, “ଆମେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଯୁବ ପେସାଦାର ବ୍ୟକ୍ତି,

କ୍ରିଏଟର ଓ ଗେମିଂ ଉତ୍ସାହୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଉପଭେକ୍ତା ବର୍ଗ ପାଇଁ ସଠିକ ଅନୁଭୂତି ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଉଛୁ । ଏକ୍ସପିଏସ ଓ ଆଲେନୱେୟାରକୁ ସବୁବେଳେ ସ୍ୱତନ୍ତ୍ର କରୁଥିବା କାରିଗରୀ ଓ ଇଞ୍ଜିନିୟରିଂ, ଏବେ ପୂର୍ବ ଅପେକ୍ଷା ଅଧିକ ଭାରତୀୟଙ୍କ ପହଂଚ ମଧ୍ୟରେ ରହିଛି ।” ସେହିପରି ଡେଲ ଟେକ୍ନୋଲୋଜିସ୍‌ର କଞ୍ଜ୍ୟୁମର ସେଲ୍‌ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ଓ ମହାପ୍ରବନ୍ଧକ ଅନୁରାଗ ଅରୋରା କହିଛନ୍ତି, “ଆମେ ଏହି ପୋର୍ଟଫୋଲିଓକୁ ୪୦୦ରୁ ଅଧିକ ସହରରେ ଡେଲ୍‌ଷ୍ଟୋର ଡଟ୍ କମ୍‌, ଡେଲ୍ ଏକ୍ସକ୍ଲୁସିଭ ଷ୍ଟୋର, ଲାର୍ଜ ଫର୍ମାଟ ରିଟେଲ ଓ ମଲ୍ଟି-ବ୍ରାଣ୍ଡ ଆଉଟ୍‌ଲେଟ୍‌ଗୁଡିକରେ ପରିବ୍ୟାପ୍ତ ଆମର ବିସ୍ତୃତ ନେଟ୍‌ୱର୍କ ମାଧ୍ୟମରେ ଭାରତର ପ୍ରତ୍ୟେକ କୋଣରେ ଉପଲବ୍ଧ କରୁଛୁ ।”

Exit mobile version