ବାଲିଗୁଡ଼ାରେ ଦୁଇ ଡକାୟତ ଗିରଫ୍

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଦୁଇ ଡକାୟତ ଙ୍କୁ ଗିରଫ୍ କରିଛି । ସୂଚନା ଅନୁସାରେ ଗତ ଶନିବାର ଦିନ ବାଲିଗୁଡ଼ା ନୂଆସାହି ର କୁନ୍ତୀ ପୂଜାରୀ ନାମକ ଜଶେ ମହିଳା ନିଜ ବାସଭବନରୁ ଚୋରି ହୋଇଥିବା  ନେଇ ଏକ ଅଭିଯୋଗ ବାଲିଗୁଡ଼ା ଥାନା ରେ ଲିଖିତ ଆକାରରେ ଦେଇଥିଲେ । ଅଭିଯୋଗ ଆଧାରରେ ବାଲିଗୁଡ଼ା ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ଅଭିଯୁକ୍ତ ଦୁଇ ଜଣ ହେଲେ ବାଲିଗୁଡ଼ା ନୂଆସାହି ର ସୋନୁ ପ୍ରଧାନୀ (୨୦) ହାଟପଦା ର ଶୁଭମ ନାୟକ (୨୬) ।ଶନିବାର ଦିନ କୁନ୍ତୀ ପୂଜାରୀ ପରିବା ବେପାର କରିବାକୁ ବାଲିଗୁଡ଼ା ବଜାର ଆସିଥିବା ବେଳେ ତାଙ୍କ ସ୍ଵାମୀ ମୂଲ କାମ କରିବାକୁ ବାଲିଗୁଡ଼ା ବାହାରକୁ ଯାଇଥିଲେ ।

ତେବେ ଏହାର ସୁଯୋଗ ନେଇ ଦୁଇ ଅଭିଯୁକ୍ତ ଘର ପାଚେରୀ ଡେଇଁ ଘର ପଛ ପଟୁ ପଶିଥିଲେ। ଏକ ଶକ୍ତ କାଠ ସାହାଯ୍ୟ ରେ ଘର ଆଲମିରା ଭାଙ୍ଗି ୨୦,୦୦୦ ଟଙ୍କା ଲୁଟ କରିଥିଲେ । ଏହି ଚୋର ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛନ୍ତି ବାଲିଗୁଡ଼ା ଥାନା ଅଧିକାରୀ ସମୀର କୁମାର ବେହେରା ।

Exit mobile version