ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସାମାଜିକ ତଥା ସାଂସ୍କୃତିକ ଜାଗରଣ ପାଇଁ କାର୍ଯ୍ୟରତ କରୁଥିବା ଅନୁଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବିକୃତ କରି ମହାପ୍ରଭୁ ଜଗନ୍ନାଥ ନାମରେ ଏକ ଆନିମେସନ ଫିଲ୍ମ ମୁକ୍ତିଲାଭ କରିବ । ଏହା ଜଗନ୍ନାଥ ସଂସ୍କୃତି ଓ ବିଚାରାଧାରାକୁ କୁଠାରଘାତ କରୁଛି । ଏହାର କାଳ୍ପନିକ କାହାଣୀ ଓ ଚରିତ୍ରକୁ ନେଇ ବିଷୟବସ୍ତୁ ରହିଛି । ଏହାକୁ ଓଡ଼ିଶାରେ ବ୍ଯାନ କରିବାକୁ ଦାବି କରିଛନ୍ତି । ପରିବର୍ତ୍ତନ ଓଡ଼ିଶାର ସଭ୍ଯ ମାନେ ସିଂହଦ୍ୱାର ଠାରେ ପ୍ରତିବାଦ ଓ ନାରାବାଜି କରିଥିଲେ ।
