ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଚଳିତ ବର୍ଷ ପ୍ରାୟ ୫୦ ଲକ୍ଷ ଶ୍ରଦ୍ଧାଳୁ, ଭକ୍ତ ଏବଂ ଦର୍ଶନାର୍ଥୀ ଆସିଥିବା କଥା ସରକାରୀ ଭାବରେ ଘୋଷଣା ହୋଇଛି । ଏମାନେ ଭଲରେ ଆସି ସୁସ୍ଥ ବାତାବରଣ ଭିତରେ ଐତିହ୍ୟ ସହର ପୁରୀରୁ ଫେରି ଯାଇଛନ୍ତି । ଏମାନଙ୍କ ଆସିବା, ରହିବା, ବୁଲିବା ଭିତରେ ସହରରେ ଯାହା ଯେମିତି ସ୍ବଚ୍ଛତା ରଖିବା କଥା, ସେକଥା ପୌର ସଫେଇ କର୍ମଚାରୀ କରିଛନ୍ତି । ଏଭଳି ଯାତ୍ରା ସମୟରେ ଯଦି ସବୁଠୁ ଅଧିକ ଶାରୀରିକ ଶ୍ରମ କାର୍ଯ୍ୟ କିଛି ଥାଏ ତାହା ଥିଲା ସଫେଇ । ପୁରୀ ପୌର ନିଗମ ସଫେଇ କର୍ମଚାରୀ ଉକ୍ତ କାର୍ଯ୍ୟକୁ ନିଷ୍ଠାର ସହିତ କରିଥିଲେ । ଆପଣ କହିପାରନ୍ତି, ଏ କାର୍ଯ୍ୟ ତ ତାଙ୍କର, ସେ କଲେ l
