‘ଆଶା’ ପକ୍ଷରୁ ଜନସଚେତନତା ବାର୍ତ୍ତା ଦୁର୍ନୀତି ଲୋପ ପାଇଁ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସମ୍ବିଧାନର ପ୍ରତିଷ୍ଠାତା ଭୀମରାଓ ଆମ୍ବେଦକର ଆଜି ଦେଶବାସୀଙ୍କୁ ଯେଉଁ ଅଧିକାର ଦେଇଛନ୍ତି ‘ଗୋଟିଏ ମଣିଷ, ଗୋଟିଏ ଭୋଟ’, ଏହା ହେଉଛି ପ୍ରତ୍ୟେକ ମନୁଷ୍ୟର ଶକ୍ତିଶାଳୀ ଅସ୍ତ୍ର । ଏହାରି ମାଧ୍ୟମରେ ସେମାନେ ଚାହିଁଲେ ଦୁର୍ନୀତିଗ୍ରସ୍ତ ସରକାରକୁ ବଦଳାଇ ଦେଇପାରିବେ । କିନ୍ତୁ ଆଜି ଆମେ ସଂଗଠିତ ନହେବାରୁ ରାଜ୍ୟ ତଥା ଦେଶର ଶାସନ ଓ ପ୍ରଶାସନିକ କ୍ଷେତ୍ରରେ ଦୁର୍ନୀତି ବଢିଚାଲିଛି । ଯୋଗ୍ୟ ଲୋକମାନେ ତାଙ୍କ ଅଧିକାର ପାଇବାରୁ ବଞ୍ôଚତ ହେଉଛନ୍ତି ।

ଆଜି ଦେଶ ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ସମାଜରେ ଲୋକଙ୍କ ଭିତରେ ଧନୀ, ଗରିବ, ଅସମାନତା ବଢିଚାଲିଛି । ଫଳରେ ଆଜି ଶିକ୍ଷିତବର୍ଗ ଚାକିରି ପାଇବାରୁ ବଞ୍ôଚତ ହେଉଛନ୍ତି । ନିଜ ଅଧିକାର ପାଇବା ପାଇଁ ସମାଜରେ ଅବହେଳିତ ହୋଇ ରହିଥିବା ଓବିସି, ଏସ୍‌ସି, ଏସ୍‌ଟି, ପଛୁଆବର୍ଗ ସଂଖ୍ୟାଲଘୁ ବ୍ୟକ୍ତିମାନେ ସଂଗଠିତ ହୋଇ ସମାଜରେ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ଦଳିତନେତା ତଥା ‘ଆଶା’ର ପରାମର୍ଶଦାତା ଭଜମନ ବେହେରା ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ ପ୍ରଶାସକ ବିଜୟ କୁମାର ପଟ୍ଟନାୟକ ମତପ୍ରକାଶ କରିଛନ୍ତି ।

ଆମ୍ବେଦକର ସମାଜ ସେବା ଆସୋସିଏସନ (ଆଶା) ପକ୍ଷରୁ ବୁଧବାର ସ୍ଥାନୀୟ ରେଡ଼କ୍ରସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ଓ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସରକାର ସାମାଜିକ, ଆର୍ଥିକ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ସମାଜର ତଳସ୍ତରର ଲୋକଙ୍କ ନିକଟରେ ସରକାରଙ୍କ ଯୋଜନା ଓ ବିଭିନ୍ନ ସୁବିଧା ସୁଯୋଗ ଠିକ ଭାବରେ ପହଞ୍ôଚ ପାରୁନାହିଁ । କେବଳ ଗଣମାଧ୍ୟମ ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରୁ ନାହିଁ ।

ତେଣୁ ଲୋକମାନେ ଏଥିପ୍ରତି ସଚେତନ ହେବା ସହ ନିଜର ଭୋଟ ଭଳି ଶକ୍ତିଶାଳୀ ଅସ୍ତ୍ରକୁ ସଠିକ୍ ବ୍ୟକ୍ତିତ୍ୱକୁ ଚୟନ କଲେ ତାହା ଫଳପ୍ରଦ ହୋଇପାରିବ । ସେମାନେ କହିଲେ ଯେ, ବର୍ତ୍ତମାନ ସମୟ ଆସିଛି ଲୋକମାନେ ତାଙ୍କ ଭୋଟ ଅଧିକାରକୁ ନେଇ ସଚେତନ ହେବା ଦରକାର । କୌଣସି ଅର୍ଥଲୋଭ କିମ୍ବା ଚାପର ବଶବର୍ତ୍ତୀ ନହୋଇ ସ୍ୱଚ୍ଛ, ସଚ୍ଚୋଟ ଓ ନିର୍ମଳ ବ୍ୟକ୍ତିବିଶେଷଙ୍କୁ ଭୋଟ ଦେଲେ ଶାସନ ପ୍ରକ୍ରିୟା ଠିକ୍ ଭାବରେ ଚାଲିବା ସହିତ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ ବୋଲି କହିଥିଲେ ।

ଆଶା ସଂଗଠନର ସଭାପତି ମୁରଲୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା ବାହିନୀ ଅଧ୍ୟକ୍ଷା କମଳିନୀ ପାଟ୍ଟଶାଣୀ, ଅନୁଷ୍ଠାନର ପରାମର୍ଶଦାତା ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ପ୍ରଶାସକ ରସିଦ ଖାନ, ଯୁବ ବାହିନୀ ଅଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ୱାଇଁ, ମହିଳା ବାହିନୀର ସାଧାରଣ ସମ୍ପାଦିକା ସୂର୍ଯ୍ୟକାନ୍ତି ନାୟକ, ଆମ୍ବେଦକରବାଦୀ ନେତା ଅବଦୁଲ ୱାଲି, ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜକିଶୋର ମହାରଣା, ସୁକାନ୍ତ ତିଆଡି ଓ ତୁଷାରକାନ୍ତି ଚୌଧୁରୀ ପ୍ରମୁଖ ଯୋଗଦେଇ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରକୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସ୍ଥାନିତ କରିବା ସହିତ ତାଙ୍କର ଜୀବନାଦର୍ଶନକୁ ପାଠ୍ୟପୁସ୍ତକରେ ସାମିଲ୍ କରିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

 

Exit mobile version