ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖାl ତରଫରୁ ନୂଆଗାଁ ବ୍ଲକ ଅନ୍ତର୍ଗତ କିରୀୟାଲାଞ୍ଜି ଗ୍ରାମରେ ଲେମ୍ବୁ, ଆତ , ପିଜୁଳି, ଅଁଳା, ସଜନା, ଅମୃତଭଣ୍ଡା, ଡାଳିମ୍ବ, ଆମ୍ବ ଓ ଶାଗୁଆନ ଇତ୍ୟାଦି 400 ଟି ଚାରା ମାଗଣା ବଣ୍ଟନ କରାଯାଇଛି, ଏଥି ସହିତ କିରୀୟାଲାଞ୍ଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲେମ୍ବୁ, ଅଁଳା, ପିଜୁଳି, ଡାଳିମ୍ବ ଓ ଇତ୍ୟାଦି ଚାରା ରୋପଣ କରାଯାଇଛି l

ଉକ୍ତ କାର୍ଯ୍ୟ କ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି, ସୁବଳ ଚରଣ ବେହେରା , ଉଦୟ ନାଥ ନାୟକ, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, ଶରତ କୁମାର ନାୟକ, ଶ୍ରୀ କୁମାର ରଥ, ଲକ୍ଷ୍ମୀକାନ୍ତ ଦାସ ଓ ସେହି ଗ୍ରାମର ପବିତ୍ର ଦଳେଇ ଙ୍କ ସମେତ ଶିକ୍ଷକ ଶିକ୍ଷିକା ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

Exit mobile version