ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଆସିକା :- ଗଞ୍ଜାମ ଜିଲ୍ଲା ସ୍ତରିୟ କୋଭିଡ୍ ସପ୍ତାହ ତା-୨୪ ଠାରୁ ଅକ୍ଟୋବର ମାସ ୧ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଏହି ସପ୍ତାହ ପାଳନର ଅଭିମୁକ୍ଷ ହେଲା କୋଭିଡି ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ ସେ ଦିଗରେ ଆଜି କୋଭିଡି ସପ୍ତାହର ସପ୍ତମ ଦିନରେ ଆସିକା ବ୍ଳକ୍ ଗୋଷ୍ଠି ଉନ୍ନୟନ ଅଧିକାରି ରୋସନ କୁମାର ଶତପଥିଙ୍କ ନେତୃତ୍ୱରେ ଦେବଭୂମି ଗ୍ରାମରେ ମାସ୍କ ବଣ୍ଟନ କରିଥିଲେ ତତ୍ ସଙ୍ଗେ ସାଧାରଣ ଜନତାଙ୍କୁ ସଚେତନ କରାଇ ଥିଲେ ଓ ଦେବଭୂମି ଗ୍ରାମର ପ୍ରତ୍ୟେକ ସାହିକୁ ପରିକ୍ରମା କରି ସମସ୍ତ ଲୋକଙ୍କୁ କରୋନା ଉପରେ ସଚେତନ କରିଥିଲେ । ଏହି ସଚେତନ କାର୍ଯ୍ୟକ୍ରମକୁ ଆସିକା ବ୍ଳକ୍ ର ସ୍ୱଛ ଭାରତ ମିଶନ (ଗ୍ରାମିଣ)ର ଜି.ପି.ମନିଟର ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ – ଦେବଭୁମି ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟ ଶ୍ରୀ ବିଜୟ କୁମାର ଦଳାଇ ,ସମିତି ସଭ୍ୟ ସନ୍ତୋସ
କୁମାର ନାୟକ,ଜିଲ୍ଲା ପରିସଦ ଗୌରହରି ବେହେରା,କୋଭିଡ୍ ମନିଟର, ,RWSS କନିଷ୍ଠ ଯନ୍ତ୍ରୀ ଶ୍ରୀ ଶ୍ରିନିବାସ ରାଓ,କନିଷ୍ଠ ଯନ୍ତ୍ରି ନିଗମା ନନ୍ଦ ନାୟକ,B R C ସନ୍ତୋଷିନି ପ୍ରସାଦ, ବିକ୍ରମ ପ୍ରଧାନ, ଦେବଭୂମି ଗ୍ରା.ପ. ର ଜି.ଆର.ଏସ,ଶ୍ରୀମତି ସ୍ୱର୍ଣଲତା ପଣ୍ଡା, ଜୋଗାଣ ସହାୟକ ଶ୍ରୀମତି ଗାୟତ୍ରି ନାୟକ , ଜିପି ମନିଟର ଭଗବାନ ସ୍ୱାଇଁ, ସାଗର ପାତ୍ର ତାରିଣି ଚରଣ ଭୂୟାଁ ,କାଳୁଚରଣ ପାତ୍ର, ସୁରେନ୍ଦ୍ର ନାଥ ପାତ୍ର ,ତୋଫାନ ସେଠି, ସନାତନ ପଣ୍ଡା,ନମ8 ଶିବାୟ ଆଚାରି,ପୂର୍ଣିମା ସ୍ୱାଇଁ. ଅଶେଶ କୁମାର ପଣ୍ଡା, ଅନିଲ୍ କୁମାର ଜେନା,ମନୋଜ ନାହାକ,ସତ୍ୟନାରାୟଣ ସେଠୀ , ଓ ଦେବଭୂମି ଗ୍ରାମର ସମସ୍ତ S. H. G. ଗୃପ୍ ର ସମସ୍ତ ସଦଶ୍ୟା,ସମସ୍ତ ଅଙ୍ଗନ୍ ୱାଡି କର୍ମି ପ୍ରମୁଖ ଉପସ୍ଥିତ ଥିଲେ । ( ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )
