କୋଭିଡ ସପ୍ତାହ ଶେଷ ଦିନରେ କୋଦଳା ଏନଏସି ପକ୍ଷରୁ ସଚେତନ ରାଲି

ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) କୋଦଳା :-  କୋଭିଡ ସପ୍ତାହ ପାଳନ ଅବସର ରେ ଏନଏସି ପକ୍ଷରୁ ପ୍ରତ୍ୟକ ଦିନ ଶପଥ ପାଠ ଓ ସଚେତନ ବାର୍ତ୍ତା ପ୍ରଦାନ କରାଯାଉଥିବା ବେଳେ ଗୁରୁବାର ଶେଷ ଦିନ ରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କୋଭିଡ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ନେତ୍ରୁତ୍ଵରେ ମହାମାରୀ କିଲର କରୋନାକୁ କୋଦଳା ଅଞ୍ଚଳରୁ ସମ୍ପୂର୍ଣ ମୂଳପୋଛ କରିବା ପାଇଁ ନିଷ୍ପତି ନେଇ ଏନଏସି କର୍ମକର୍ତ୍ତା ସମେତ ଶିକ୍ଷକ/ଶିକ୍ଷୟତ୍ରୀ , ଅଙ୍ଗନବାଡି କର୍ମୀ / ସହାୟିକା , ୱାର୍ଡମେମ୍ବର , ସ୍ୱଚ୍ଛସାଥି , କୋଭିଡ ମନିଟର , ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାଁ ସମେତ ବହୁ ସମାଜସେବୀ ଶପଥ ପାଠ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ କଟକଣାକୁ ପାଥେୟ କରି ବିଭି୍ନ୍ନ ସ୍ଲୋଗାନ ଲେଖାଥିବା ଫ୍ଲାକାର୍ଡ ଧରି ଏନଏସି

କାର୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରି କରୋନା ହାରିବ କୋଦଳା ବଞ୍ଚିବ , କରୋନା ହାରିବ ଆମେ ଜିତିବା , ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ସର୍ବ ସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ , ସାବୂନରେ ଭଲଭାବେ ହାତ ଧୁଅନ୍ତୁ ଏପରି ବିଭି୍ନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ ।ବର୍ଷା ସତ୍ୱେ ବହୁ କର୍ମୀ ଏନଏସି କାର୍ୟାଳୟ ଠାରୁ ବାହାରି ମୁଖ୍ୟ ରାସ୍ତା ଦେଇ ବସଷ୍ଟାଣ୍ଡ , ଦଣ୍ଡୀଶ୍ଵର ଛକ ଦେଇ ପୁରୁଣା ବଜାର ହୋଇ ପୂଣି ଏନଏସି କାର୍ୟାଳୟରେ ପହଞ୍ଚି ଥିଲେ ।ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି କୋଭିଡ ଆରମ୍ଭରୁ ଆଜି ପର୍ଯନ୍ତ ପ୍ରତ୍ୟକ୍ଷ ଯୋଦ୍ଧା ଭାବେ ଅହରହ ଉଦ୍ୟମକୁ ଗ୍ରାମବାସୀ ପ୍ରସଂଶା କରୁଥିବା ଦେଖିବାକୁ ମିଳିଥିଲା । କୋଦଳା ପୋଲିସ ସହଯୋଗର ହାତ ବଢାଇଥିଲେ ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version