Home ଅପରାଧ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଘର ବାରଣ୍ଡାରେ ବସିଥିବା ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଜୋରଜବରଦସ୍ତ ଟେକି ଆଣି ଘର ସମ୍ମୁଖ ରାସ୍ତାରେ ଦୁର୍ଷ୍କମ ଉଦ୍ୟମ କରିବା ଏବଂ ଯୁବତୀଙ୍କ କାନରୁ କାନଫୁଲ ଲୁଟି ନେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଘଟିଛି। ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଶାସନଆମ୍ବଗାଁର କାଳିଆ ଗୌଡ (୪୭) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୫୧୭/୨୬ ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପୁଲିସ ସୂଚନା ପ୍ରକାରେ, ୨୫ ତାରିଖ ରାତି ପ୍ରାୟ ସାଢେ ୮ ଟାରେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ଜଣେ ଯୁବତୀ ଘର ବାରଣ୍ଡାରେ ଏକାକୀ ବସିଥିଲେ। ସେହି ସମୟରେ ସେହି ଗ୍ରାମର କାଳିଆ ଗୌଡ ଯୁବତୀଙ୍କ ଘର ସମ୍ମୁଖରେ ପହଞ୍ଚି ସଂପୃକ୍ତ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯୁବତୀ ଜଣଙ୍କ ଏକାକୀ ଥିବାର ସୁଯୋଗ ନେଇ ଯୁବକ ଜଣଙ୍କ ଯୁବତୀଙ୍କୁ ଜୋରଜବରଦସ୍ତ ଟେକି ଆଣି ଘର ସମ୍ମୁଖ ରାସ୍ତାରେ ଦୁର୍ଷ୍କମ ଉଦ୍ୟମ କରିଥିଲେ । ଯୁବତୀଙ୍କ ଚିତ୍କାର ଶୁଣି ସାହି ପଡୋଶୀ ଘଟଣା ସ୍ଥଳରେ ପହଞ୍ଚିବାରୁ ଯୁବକ ଜଣଙ୍କ ଯୁବତୀ ପିନ୍ଧିଥିବା ସୁନା କାନଫୁଲ ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ନେଇ ଯୁବତୀ ଜଣଙ୍କ ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ -୫୧୭/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁ ଘଟଣାର ତଦନ୍ତ ଚଳାଇଥିଲେ । ସୋମବାର ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି । Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026 ମୁକୁଳା ଡ୍ରେନ୍ ମରାମତି ସହିତ ସ୍ଲାବକଭର କାର୍ଯ୍ୟରେ ବ୍ୟତିକ୍ରମ କୁ ତଦାରଖ କରିବା ପାଇଁ ଦାବି by Proprietor Abhimanyu Maharana October 22, 2026