Home ଅପରାଧ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ by Proprietor Abhimanyu Maharana 1 hour ago Share on FacebookShare on TwitterWhatsapp ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଘର ବାରଣ୍ଡାରେ ବସିଥିବା ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଜୋରଜବରଦସ୍ତ ଟେକି ଆଣି ଘର ସମ୍ମୁଖ ରାସ୍ତାରେ ଦୁର୍ଷ୍କମ ଉଦ୍ୟମ କରିବା ଏବଂ ଯୁବତୀଙ୍କ କାନରୁ କାନଫୁଲ ଲୁଟି ନେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଘଟିଛି। ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଶାସନଆମ୍ବଗାଁର କାଳିଆ ଗୌଡ (୪୭) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୫୧୭/୨୬ ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପୁଲିସ ସୂଚନା ପ୍ରକାରେ, ୨୫ ତାରିଖ ରାତି ପ୍ରାୟ ସାଢେ ୮ ଟାରେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ଜଣେ ଯୁବତୀ ଘର ବାରଣ୍ଡାରେ ଏକାକୀ ବସିଥିଲେ। ସେହି ସମୟରେ ସେହି ଗ୍ରାମର କାଳିଆ ଗୌଡ ଯୁବତୀଙ୍କ ଘର ସମ୍ମୁଖରେ ପହଞ୍ଚି ସଂପୃକ୍ତ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯୁବତୀ ଜଣଙ୍କ ଏକାକୀ ଥିବାର ସୁଯୋଗ ନେଇ ଯୁବକ ଜଣଙ୍କ ଯୁବତୀଙ୍କୁ ଜୋରଜବରଦସ୍ତ ଟେକି ଆଣି ଘର ସମ୍ମୁଖ ରାସ୍ତାରେ ଦୁର୍ଷ୍କମ ଉଦ୍ୟମ କରିଥିଲେ । ଯୁବତୀଙ୍କ ଚିତ୍କାର ଶୁଣି ସାହି ପଡୋଶୀ ଘଟଣା ସ୍ଥଳରେ ପହଞ୍ଚିବାରୁ ଯୁବକ ଜଣଙ୍କ ଯୁବତୀ ପିନ୍ଧିଥିବା ସୁନା କାନଫୁଲ ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ନେଇ ଯୁବତୀ ଜଣଙ୍କ ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ -୫୧୭/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁ ଘଟଣାର ତଦନ୍ତ ଚଳାଇଥିଲେ । ସୋମବାର ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି । Categories: ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍ Related Content ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା by Proprietor Abhimanyu Maharana July 29, 2026 ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର by Proprietor Abhimanyu Maharana July 29, 2026 ୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା by Proprietor Abhimanyu Maharana July 29, 2026 ନୀଳକନ୍ଦରରେ ନିଳାଦ୍ରିନାଥ ଭକ୍ତ ପାଇଲେ ନୀଳାଚଳ ଅବଢା by Proprietor Abhimanyu Maharana July 29, 2026 ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା by Proprietor Abhimanyu Maharana July 29, 2026 ବୁଧବାର ଶ୍ରୀମନ୍ଦିରରେ ବନକଲାଗି ୫ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ by Proprietor Abhimanyu Maharana July 29, 2026