ପୁରୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍), ୨୦୨୬ ରଥଯାତ୍ରା ସମୟରେ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସଫଳତାର ସହ ସୁନିଶ୍ଚିତ କରିଛି, ଯାହା ବିଶ୍ୱର ଅନ୍ୟତମ ବୃହତ୍ତମ ଆଧ୍ୟାତ୍ମିକ ସମାବେଶକୁ ସୁଚାରୁରୂପେ ପରିଚାଳନା କରିବାରେ ସାହାଯ୍ୟ କରିଛି । ଏହି ବର୍ଷ, ୨୦୨୬ ରଥଯାତ୍ରା ସମୟରେ ପୁରୀରେ ଅଭୂତପୂର୍ବ ଭାବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
