ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କଲେ ଜଗନ୍ନାଥ

ରଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଓଡ଼ିଶାର ଚକାଶିଳା କ୍ଷେତ୍ର ଭାବେ ପରିଚିତ ରଣପୁର ରେ ସୋମବାର ଦିନ ଅଧର ପଣା ନିତି ସଂମ୍ପନ୍ନ ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ନୀଳାଦ୍ରୀ ବୀଜେ କରାଯାଇଥିଲା । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କଲା ପରେ ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରକୁ ଯାଇଥିଲେ ।

ଶେଷରେ ଜଗନ୍ନାଥ ପହଣ୍ଡି ହୋଇ ଗଲା ବେଳେ ମହାଲକ୍ଷ୍ମୀ ରାଗ ଜର୍ଜରିତ ହୋଇ କବାଟ କିଳି ଦେଇଥିଲେ । ସେଠାରେ ଏହି କବାଟ କିଳା ନୀତି ସମ୍ପନ୍ନ ହୋଇଥିଲା । ମହାଲକ୍ଷ୍ମୀଙ୍କ ପଟରେ କିଛି ସେବାୟତ ଓ ଜଗନ୍ନାଥଙ୍କ ପଟରେ କିଛି ସେବାୟତ ବିଭିନ୍ନ ଶ୍ଳୋକ ଗାନ କରିଥିଲେ ।

ଶେଷରେ ଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ଏକ ପାଟ ଲୁଗା ଓ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମନ ମୋହିଥିଲେ । ତିନି ଠାକୁର ରତ୍ନ ସିଂହାସନରେ ବୀଜେ ହେବା ପରେ ମାଘ ସ୍ନାନ କରାଯାଇଥିଲା । ପରେ ଅନ୍ୟାନ୍ୟ ସେବା ପୂଜା ସହ ନୀତିକାନ୍ତି କରାଯାଇଥିଲା । ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଓ ମନ୍ଦିର ମ୍ୟାନେଜର ରମେଶ ପ୍ରଧାନଙ୍କ

ସମେତ ମୁଖ୍ୟ ମହାରଣା କବିରାଜ ମହାରଣାଙ୍କ ତତ୍ବାବଧାନରେ ଶ୍ରୀଜୀଉଙ୍କ ନିଳେଦ୍ରୀ ବିଜେ ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିଲା । ପୋଲିସ ପ୍ରଶାସନର ଶାନ୍ତି ଶୃଙ୍ଖଳା ମଧ୍ୟରେ ସେବାୟତ ମାନଙ୍କ ଦ୍ଵାରା ଶ୍ରୀ ଜୀଉଙ୍କ ସମସ୍ତ ନୀତିକାନ୍ତି ସହିତ ମହାପ୍ରଭୂ ଙ୍କୁ ରତ୍ନ ସିଂହାସନରେ ଆଭୂଷିତ କରାଯାଇଥିଲା ।

Exit mobile version