ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ପ୍ରତିଶୃତି ଦେଇ,ପ୍ରତିଶ୍ରୁତି ରକ୍ଷା କଲେ ସରପଞ୍ଚ

ରଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଦର୍ପଣ ନାରାୟଣପୁର ସରପଞ୍ଚ ଉଦଘାଟନ କଲେ ସ୍ଵଂୟ ଚାଳିତ ସୌର ନଳକୂପ,ଦୂର ହେଲା ଡେଙ୍ଗାଝରୀ ଗ୍ରାମର ପାନୀୟ ଜଳ ସମସ୍ୟା ! ଡେଙ୍ଗାଝରୀ ଗ୍ରାମରେ ପ୍ରାୟ ୨୫୦ଉର୍ଦ୍ଧ ଲୋକମାନେ ବସବାସ କରୁଥିବାବେଳେ ଉତ୍କଟ ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ହେଉଥିଵାରୁ ସମାଧାନ କରିଛନ୍ତି ବିଡ଼ିଓ ମନୋଜ କୁମାର ନାୟକ ଓ ସ୍ଥାନୀୟ ସରପଞ୍ଚ ସସ୍ମିତା ରାଉତ ।

ସୂଚନା ଅନୁସାରେ, ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଦର୍ପନାରାୟଣପୁର ପଞ୍ଚାୟତ ଅଧିନସ୍ଥ ଡେଙ୍ଗାଝାରି ଗ୍ରାମରେ ୨୫୦ରୁ ଉର୍ଦ୍ଧ ଲୋକ ବାସକରନ୍ତି । ସେହି ଗ୍ରାମରେ ଦୀର୍ଘ ଦିନ ହେବ ଉତ୍କଟ ପାନୀୟ ଜଳ ସମସ୍ୟା ଲାଗି ରହିଥିଲା । ଲୋକମାନେ ପିଇବା ପାଣି ପାଇଁ ୨ କିମି ରାସ୍ତା ପାର ହୋଇ ପୋଖରୀର ଜଳ ଉପରେ ନିର୍ଭର କରୁଥିଲେ ! ଯାଉଥିଲେ । ପୋଖରୀର ଦୂଷିତ ଜଳ ପିଇବା ଦ୍ଵାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିଲେ ।

ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରିନଥିଲା ପ୍ରଶାସନ।  ସମ୍ବଦରେ ଖବର ପ୍ରସାରଣ ହେବା ପରେ ପ୍ରଶାସନର ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲା । ସରପଞ୍ଚ ସସ୍ମିତା ରାଉତ ଡେଙ୍ଗାଝାରି ଗ୍ରାମକୁ ଆସି ଲୋକଙ୍କ ପାନୀୟ ଜଳ ସମସ୍ୟା ସମ୍ପର୍କରେ ବୁଝିଥିଲେ । ଏଥି ସହିତ ଏହାର ଖୁବ ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ତେବେ ସରପଞ୍ଚ ସସ୍ମିତା ରାଉତ ପଞ୍ଚାୟତ ପାଣ୍ଠିରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ନଳକୂପ ଖୋଳି ଥିବା ବେଳେ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ୨ଲକ୍ଷ ୭୫ ହଜାର ସରକାରୀ ଆର୍ଥିକ ସହାୟତାରେ ଏକ ସୌର ଚାଳିତ ଯୋଗାଇ ଦେଇଥିଲେ । ସୋମବାର ଦିନ ମଧ୍ୟାହ୍ନ ସମୟରେ ସରପଞ୍ଚ ସସ୍ମିତା ରାଉତଙ୍କ ଉଦ୍ୟମରେ ସୌର ଚାଳିତ ନଳକୂପର ଉଦ୍ଘାଟନ ହୋଇଯାଇଛି । ଯାହାକୁ ନେଇ ଗ୍ରାମବାସିମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

ଏହି ଅବସରରେ ଗ୍ରାମବାସୀମାନେ ଶ୍ରୀମତୀ ରାଉତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୋକନ ଦେଇ ଭବ୍ୟ ସ୍ଵାଗତ କରିଥିଲେ । ଗ୍ରାମର ଅନ୍ୟାନ୍ୟ ସମସ୍ୟା ଦୂର କରିବା ପାଇଁ ଶ୍ରୀମତୀ ରାଉତ ପ୍ରତିଶ୍ରୁତି ଦେଇଛନ୍ତି । ଡେଙ୍ଗାଝାରି ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟାର ଶୀଘ୍ର ସମାଧାନ କରିଥିବାରୁ ସରପଞ୍ଚ ସସ୍ମିତା ରାଉତ ଓ ରଣପୁର ବିଡ଼ିଓ ମନୋଜ କୁମାର ନାୟକଙ୍କୁ ଦର୍ପଣ ନାରାୟଣପୁର ପଞ୍ଚାୟତର ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷlବିତ ଯୁବଗୋଷ୍ଠୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି  l

Exit mobile version