Home ଓଡ଼ିଶା ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana 2 months ago Share on FacebookShare on TwitterWhatsapp ରଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ରଣପୁର ପ୍ରେସ କ୍ଲବର ନୂତନ ଗୃହର ଶୁଭ ପ୍ରତିଷ୍ଠା ଓ ଉଦ୍ଘାଟନ ଉତ୍ସବମୁଖର ପରିବେଶରେ ସମ୍ପନ୍ନ ହୋଇଛି । ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଗୃହର ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ସମାଜ ପ୍ରତି ଥିବା ଦାୟିତ୍ୱ ଓ ନିଷ୍ଠାର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଶିଷ୍ଟ ବ୍ୟକ୍ତି ବିପିନ ପାଢ଼ୀ, ବିଶ୍ୱରଞ୍ଜନ ଆଚାର୍ଯ୍ୟ, ପ୍ରେସ କ୍ଲବ ସଭାପତି ସୁକାନ୍ତ କୁମାର ପଟ୍ଟନାୟକ ଓ ସମ୍ପାଦକ ବ୍ରଜ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମାଜସେବୀ ସ୍ୱରାଜ ମହାନ୍ତି, ଦିନେଶ ପରିଡାଙ୍କ ସମେତ ରଣପୁର ଏନ୍ଏସିର ସମସ୍ତ କାଉନସିଲର ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପ୍ରେସ କ୍ଲବକୁ ଶୁଭେଚ୍ଛା ଜଣାଇଥିଲେ । ସାମ୍ବାଦିକ ରଘୁନାଥ ନାୟକ, କୃଷ୍ଣଚନ୍ଦ୍ର ଦାଶ, ପ୍ରଭାତ କୁମାର ପ୍ରଧାନଙ୍କ ସମେତ ପ୍ରେସ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ନୂତନ ପ୍ରେସ କ୍ଲବ ଗୃହ ରଣପୁରର ସାମ୍ବାଦିକମାନଙ୍କ ପାଇଁ ଏକ ସଶକ୍ତ କାର୍ଯ୍ୟକେନ୍ଦ୍ର ହେବା ସହ ସାମ୍ବାଦିକତାର ବିକାଶରେ ନୂଆ ଦିଗ ଉନ୍ମୋଚନ କରିବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026