ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶା ରିସର୍ଚ୍ଚ ସେଣ୍ଟର ସଭା କକ୍ଷରେ ଆଜି ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହ ଉତ୍ସବରେ କଟକ ଜିଲ୍ଲାର ନିଆଳି ବ୍ଳକ ଅନ୍ତର୍ଗତ ପୋଖରୀ ଗାଁ ପଞ୍ଚାୟତ କାନପୁର ଗ୍ରାମର ଶିକ୍ଷାବିତ୍ ତଥା ସମାଜ ସେବୀ ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ୨୦୨୬ ରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଆୱାର୍ଡ଼ ପ୍ରୋଗ୍ରାମଟି ଇଣ୍ଟରନେସନାଲ ହ୍ୟୁମାନ ରାଇଟ ଫୋରମ୍ ଫର୍ ଜଷ୍ଟିସ ସିଭିଲ ଆଣ୍ଡ ଲିବେଟି ଅନୁଷ୍ଠାନ ଦ୍ଵାରା ପ୍ରଦାନ ହୋଇଛି ।

ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ସମାଜ ସେବା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ, ନିଷ୍ଠା, ଓ ଜନକଲ୍ୟାଣ ମୂଳକ କାର୍ଯ୍ୟକୁ ସିକୃତି ଦେଇ ଅନୁଷ୍ଠାନ ଏହି ଡକ୍ଟରେଟ୍ ଉପାଧିରେ ଭୂଷିତ କରିଛି । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଏମପି ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟବକ୍ତା ଭାବେ ଡକ୍ଟର ପିଜେ ଦାସ, ସମ୍ମାନୀତ ଅତିଥିଭାବେ ସମାଜ ସେବୀ ମମତା ମହାନ୍ତି, ଦୌଡ ରାଣୀ ଦୂତି ଚାନ୍ଦ,

ବ୍ରାଣ୍ଡ ଆମ୍ବାସଡର କଳ୍ପନା ମ୍ୟାଡମ୍ ଏଵଂ ଅନୁଷ୍ଠାନର ମୁଖ୍ୟ କବିତା ଖରା ପ୍ରମୁଖ ଯୋଗଦେଇ ଶିକ୍ଷକ ତଥା ସମାଜ ସେବୀ ମିନା କୁମାରୀ ପ୍ରଧାନଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ। ଏହି ୱାଲ୍ଡ ଆଚିଭିମେଣ୍ଟ ଆୱାର୍ଡ଼ ଡକ୍ଟରେଟ୍ ଉପାଧିକୁ ମିନା କୁମାରୀ ପ୍ରଧାନ ଅନୁଷ୍ଠାନ ଠାରୁ ଗ୍ରହଣ କରିଥିଲେ । ଏହି ସମ୍ମାନ ଗ୍ରହଣ କରିବା ପରେ ମିନା କୁମାରୀ ପ୍ରଧାନ କହିଥିଲେ ଯେ ଏହି ସମ୍ମାନ ତାଙ୍କୁ ସମାଜ ସେବା କ୍ଷେତ୍ରରେ ଆହୁରି ନିଷ୍ଠାର ସହ କାମ କରିବାକୁ ପ୍ରେରଣା ଯୋଗାଇବ । ଏଥି ସହ ସେ ଏହି ଅନୁଷ୍ଠାନର ସମସ୍ତ ଆୟୋଜକଙ୍କୁ ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ ।

Exit mobile version