ଜଟଣୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଜଟଣୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାଆଡ଼ମ୍ବରରେ ବାହୁଡ଼ାଯାତ୍ରା ସମାପ୍ତ ହୋଇଛି । ଘଣ୍ଟ, ଘଣ୍ଟି, କାହାଳୀ, ମୃଦଙ୍ଗ, ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ବିଭିନ୍ନ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜଟଣୀ ଅନ୍ତର୍ଗତ ଜାମୁକୋଳି ପଞ୍ଚାୟତ ପାଞ୍ଚଗାଁ ଲବଣଗିରି ପାହାଡ଼ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି ।
