Home ଓଡ଼ିଶା ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା by Proprietor Abhimanyu Maharana 2 months ago Share on FacebookShare on TwitterWhatsapp ପାର୍ଶ୍ବଦେବାଦେବୀ ଓ ଅଶରୀରମାନେ ପ୍ରୀତ ହେଲେ ପୁରୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ରବିବାର ଆଷାଢ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅଧରପଣା ପୂଜା ନୀତି ସମ୍ପନ୍ନ ହୋଇଛି । ପୂଜା ପରେ ପ୍ରତି ରଥର ତିନୋଟି ଲେଖାଁଏ ପୂର୍ଣ୍ଣ ପଣାହାଣ୍ଡିକୁ ସେବକ ମାନେ ଭାଙ୍ଗି ଦେଇଥିଲେ । ଅଧରରୁ ନିର୍ଗତ ଏହି ଅଧରପଣାକୁ ରଥ ସୁରକ୍ଷାରେ ଥିବା ପାର୍ଶ୍ବ ଦେବାଦେବୀ ଓ ଅଶରୀରମାନେ ପଣା ପାଇ ପ୍ରୀତ ହୋଇଥିଲେ । ଗତକାଲି ଶନିବାର ସୁନାବେଶ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶନ ଚାଲିଥିଲା । ମହାପ୍ରଭୁଙ୍କ ପହୁଡ ନୀତି ରବିବାର ସକାଳ ୫ଟା୫୦ରେ ହୋଇଥିଲା । ସକାଳ ୮ଟା୩୫ରେ ମଙ୍ଗଳଆଳତି ପରେ ପରେ ତିନିରଥରେ ମଇଲମ ଓ ତଡପଲାଗି ୯ଟା ୫୦ରେ ଅବକାଶ ନୀତି ଶେଷ ହୋଇଥିଲା । ୧୦ଟା ୨୦ରେ ବେଶ ଶେଷ, ୧୦ଟା ୪୫ ଗୋପାଳବଲ୍ଲଭ ହୋଇ ୧ଟା୫୦ରେ ସକାଳଧୂପ ହୋଇଥିଲା । ୨ଟା ୨୦ରେ ମଇଲମ, ୨ଟା୪୦ରେ ମହାସ୍ନାନ, ଅପରାହ୍ନ ୩ଟାରେ ସର୍ବାଙ୍ଗ ହୋଇ ୩ଟା୨୫ରେ ବେଶ ଶେଷ ହୋଇଥିଲା । ୩ଟା୩୦ରୁ ୪ଟା ୫ରେ ତିନିରଥରେ ମଧ୍ଯାହ୍ନ ଧୂପ ନୀତି ଶେଷ ହେବାପରେ ଅଧରପଣା ନୀତି ଆରମ୍ଭ ହୋଇଥିଲା । କୁମ୍ଭକାରଙ୍କ ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଶ୍ରୀବିଗ୍ରହଙ୍କ ଅଧର ସ୍ପର୍ଶ କରୁଥିବା ତୁମ୍ବାକାର ମାଟିହାଣ୍ଡି ତିନିରଥରେ ତିନୋଟି ଲେଖାଏଁ ୯ଟି ରଖାଯାଇଥିଲା । ପାଣିଆଆପଟ ସେବକମାନେ ତିନିରଥରେ ପିତ୍ତଳ ହଣ୍ଡା ରଖି ସିଂହଦ୍ୱାର ଛାଉଣୀ ମଠ କୁଅରୁ ପାଣି ଆଣି ରଖିଥିଲେ । ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ଓଡ଼ିଆ ମଠ ପଣା ପ୍ରସ୍ତୁତି ସାମଗ୍ରୀ ଯୋଗାଇ ଦେଇଥିଲେ । ଛେନା, କଦଳୀ, ସର,ଛାଚି, କର୍ପୂର, ଜାଇଫଳ, ଗୋଲମରିଚ ଗୁଣ୍ଡ ପକାଯାଇ ପଣା ପ୍ରସ୍ତୁତ ହୋଇଥିଲା । ହଣ୍ଡାରେ ପଣା ପ୍ରସ୍ତୁତ ପ୍ରତି ରଥରେ ରଖାଯାଇଥିବା ତିନୋଟି ଅଧରହାଣ୍ଡିରେ ପୂର୍ଣ୍ଣ କରାଯାଇଥିଲା । ପରେ ମହାସୁଆର ମାନଙ୍କ ଉପସ୍ଥିତିରେ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ସମ୍ମୁଖରେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧାଯାଇଥିଲା । ଅଧରପଣା ହାଣ୍ଡି ଉପରେ ମଧ୍ୟ ଖଣ୍ଡେ ଲେଖାଏଁ ଧଳାକରିଆ ଘୋଡାଇ ଦିଆଯାଇଥିଲା । ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକମାନେ ତିନି ରଥ ଉପରେ ପୂଜା ଠା କରିଥାନ୍ତି । ପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥିଲେ। ମହାପ୍ରଭୁଙ୍କ ଅଧରାମୃତ ଅଧରପଣାରକୁ ଭଙ୍ଗା ଯିବା ପରେ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡା ମାନେ ପାଇଥିଲେ । ଆଜି ଦିନତମାମ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ମହାପ୍ରଭୁଙ୍କ ଅଧରପଣା ନୀତି ଦର୍ଶନ ଭକ୍ତମାନେ ଦର୍ଶନ କରିଥିଲେ । Categories: ଓଡ଼ିଶା, ପୁରୀ, ମନୋରଞ୍ଜନ, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026