Home ଓଡ଼ିଶା ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା by Proprietor Abhimanyu Maharana 3 months ago Share on FacebookShare on TwitterWhatsapp ପାର୍ଶ୍ବଦେବାଦେବୀ ଓ ଅଶରୀରମାନେ ପ୍ରୀତ ହେଲେ ପୁରୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ରବିବାର ଆଷାଢ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅଧରପଣା ପୂଜା ନୀତି ସମ୍ପନ୍ନ ହୋଇଛି । ପୂଜା ପରେ ପ୍ରତି ରଥର ତିନୋଟି ଲେଖାଁଏ ପୂର୍ଣ୍ଣ ପଣାହାଣ୍ଡିକୁ ସେବକ ମାନେ ଭାଙ୍ଗି ଦେଇଥିଲେ । ଅଧରରୁ ନିର୍ଗତ ଏହି ଅଧରପଣାକୁ ରଥ ସୁରକ୍ଷାରେ ଥିବା ପାର୍ଶ୍ବ ଦେବାଦେବୀ ଓ ଅଶରୀରମାନେ ପଣା ପାଇ ପ୍ରୀତ ହୋଇଥିଲେ । ଗତକାଲି ଶନିବାର ସୁନାବେଶ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶନ ଚାଲିଥିଲା । ମହାପ୍ରଭୁଙ୍କ ପହୁଡ ନୀତି ରବିବାର ସକାଳ ୫ଟା୫୦ରେ ହୋଇଥିଲା । ସକାଳ ୮ଟା୩୫ରେ ମଙ୍ଗଳଆଳତି ପରେ ପରେ ତିନିରଥରେ ମଇଲମ ଓ ତଡପଲାଗି ୯ଟା ୫୦ରେ ଅବକାଶ ନୀତି ଶେଷ ହୋଇଥିଲା । ୧୦ଟା ୨୦ରେ ବେଶ ଶେଷ, ୧୦ଟା ୪୫ ଗୋପାଳବଲ୍ଲଭ ହୋଇ ୧ଟା୫୦ରେ ସକାଳଧୂପ ହୋଇଥିଲା । ୨ଟା ୨୦ରେ ମଇଲମ, ୨ଟା୪୦ରେ ମହାସ୍ନାନ, ଅପରାହ୍ନ ୩ଟାରେ ସର୍ବାଙ୍ଗ ହୋଇ ୩ଟା୨୫ରେ ବେଶ ଶେଷ ହୋଇଥିଲା । ୩ଟା୩୦ରୁ ୪ଟା ୫ରେ ତିନିରଥରେ ମଧ୍ଯାହ୍ନ ଧୂପ ନୀତି ଶେଷ ହେବାପରେ ଅଧରପଣା ନୀତି ଆରମ୍ଭ ହୋଇଥିଲା । କୁମ୍ଭକାରଙ୍କ ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଶ୍ରୀବିଗ୍ରହଙ୍କ ଅଧର ସ୍ପର୍ଶ କରୁଥିବା ତୁମ୍ବାକାର ମାଟିହାଣ୍ଡି ତିନିରଥରେ ତିନୋଟି ଲେଖାଏଁ ୯ଟି ରଖାଯାଇଥିଲା । ପାଣିଆଆପଟ ସେବକମାନେ ତିନିରଥରେ ପିତ୍ତଳ ହଣ୍ଡା ରଖି ସିଂହଦ୍ୱାର ଛାଉଣୀ ମଠ କୁଅରୁ ପାଣି ଆଣି ରଖିଥିଲେ । ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ଓଡ଼ିଆ ମଠ ପଣା ପ୍ରସ୍ତୁତି ସାମଗ୍ରୀ ଯୋଗାଇ ଦେଇଥିଲେ । ଛେନା, କଦଳୀ, ସର,ଛାଚି, କର୍ପୂର, ଜାଇଫଳ, ଗୋଲମରିଚ ଗୁଣ୍ଡ ପକାଯାଇ ପଣା ପ୍ରସ୍ତୁତ ହୋଇଥିଲା । ହଣ୍ଡାରେ ପଣା ପ୍ରସ୍ତୁତ ପ୍ରତି ରଥରେ ରଖାଯାଇଥିବା ତିନୋଟି ଅଧରହାଣ୍ଡିରେ ପୂର୍ଣ୍ଣ କରାଯାଇଥିଲା । ପରେ ମହାସୁଆର ମାନଙ୍କ ଉପସ୍ଥିତିରେ ଭିତରଚ୍ଛ, ତଳୁଚ୍ଛ ଓ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ଅଧର ସମ୍ମୁଖରେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧାଯାଇଥିଲା । ଅଧରପଣା ହାଣ୍ଡି ଉପରେ ମଧ୍ୟ ଖଣ୍ଡେ ଲେଖାଏଁ ଧଳାକରିଆ ଘୋଡାଇ ଦିଆଯାଇଥିଲା । ଏହାପରେ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକମାନେ ତିନି ରଥ ଉପରେ ପୂଜା ଠା କରିଥାନ୍ତି । ପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥିଲେ। ମହାପ୍ରଭୁଙ୍କ ଅଧରାମୃତ ଅଧରପଣାରକୁ ଭଙ୍ଗା ଯିବା ପରେ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡା ମାନେ ପାଇଥିଲେ । ଆଜି ଦିନତମାମ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ମହାପ୍ରଭୁଙ୍କ ଅଧରପଣା ନୀତି ଦର୍ଶନ ଭକ୍ତମାନେ ଦର୍ଶନ କରିଥିଲେ । Categories: ଓଡ଼ିଶା, ପୁରୀ, ମନୋରଞ୍ଜନ, ହୋମ୍ Related Content ୬୬୨ ବର୍ଗ କଲେଜ କର୍ମଚାରୀ ସଂଗଠନ (ସି. ଇ. ଏ )ର ରାଜ୍ୟ ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana October 27, 2026 ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୮ ବର୍ଷ ଧରି ନରନାରାୟଣ ପ୍ରସାଦ ସେବା by Proprietor Abhimanyu Maharana October 27, 2026 ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ by Proprietor Abhimanyu Maharana October 27, 2026 ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 27, 2026 ଗଜପତି ଜିଲ୍ଲାରେ ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ଶପଥ ନେଲେ ଅଭିଯୋଜନ ଅଧିକାରୀ by Proprietor Abhimanyu Maharana October 27, 2026 ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ଠାରେ କୁମାରଉସ୍ରବ ପାଳିତ by Proprietor Abhimanyu Maharana October 27, 2026