ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର )  ବରଗଡ :- ନିଷ୍ଠାଭବନ,ଆନ୍ଧ୍ର କେମ୍ଫ, ଖଣ୍ଡହଥା,ବରଗଡ ଠାରେ ଜାତୀୟ ରକ୍ତଦାନ ଦିବସ ସରକାରୀ ନିୟମ ମୁତାବକ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ଉପଜିଲ୍ଳାପାଳ ପ୍ରଭାସଚନ୍ଦ୍ର ଦଣ୍ଡସନା,ସମ୍ମାନୀତ ଅତିଥି ଭାବେ ତହସିଲଦାର ସବ୍ୟସାଚୀ ପଣ୍ଡା ,ପୌରପରିଷଦ କାର୍ୟନିର୍ବାହୀ ଅଧିକାରୀ ରାଜେଶକୁମାରସାହୁ ଯୋଗଦେଇ ରକ୍ତଦାନ ଶିବିର କୁ ଫିତାକାଟି ଉଦ୍ଘାଟନ କରିଥିଲେ । ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୩୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଅତିଥି ମାନେ ଦୀପ ପ୍ରଜ୍ବଳନ କରିବା ପରେ ନିଷ୍ଠା ପରିବାର ତରଫ ରୁ ଉପଜିଲ୍ଳାପାଳ , ତହସିଲଦାର ଏବଂ ପୌରପରିଷଦର କାର୍ଯନିର୍ବାହୀ ଅଧିକାରୀ ଙ୍କୁ “ହରିଶ୍ଚନ୍ଦ୍ରସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କରୋନା ମହାମାରୀ ସମୟରେ ଦିନରାତି କରୋନା ରୋଗୀଙ୍କୁ ନେବା ଆଣିବା କରୁଥିବା ୧୧ଜଣ ଆମ୍ବୁଲେନ୍ସ ଚାଳକଙ୍କୁ କରୋନାଯୋଦ୍ଧା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କରୋନା ରେ ମୃତ୍ୟୁବରଣ କରିଥିବା ସ୍ବର୍ଗତ ସୁଧିର ଭୋସାଗର ଙ୍କୁ ମରଣୋତ୍ତର ସମ୍ମାନ ସହ ନିଷ୍ଠାପରିବାର ତରଫରୁ ତାଙ୍କ ପରିବାର ଙ୍କୁ ନଗଦ ୫୦୦୦ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା ।ଶେଷରେ ସମସ୍ତ ସଦସ୍ୟ ଙ୍କ ସର୍ବସମ୍ବତି କ୍ରମେ ନୂତନ କାର୍ଯକାରିଣୀ କମିଟି ଗଠନ କରାଗଲା । ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ – ନିଷ୍ଠା ପରିବାର (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version