ରଣପୁର ଚକାଶିଳା କ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର ଶ୍ରୀଜିଉଙ୍କ ଦର୍ଶନ ପାଇ ପ୍ରବଳ ଭିଡ

ଲୀଳାମୟଙ୍କ ମାନବୀୟ ଲୀଳାଖେଳା ଚାଲିଛି । ଭାବର ଠାକୁର କାଳିଆ । କାଳିଆ ଭକ୍ତି ଭାବରେ ବନ୍ଧା । କାଳିଆ ଆଖି ସହ ଭକ୍ତର ଚର୍ମ ଆଖି ଦର୍ଶନ ପାଇଁ ଚକାଶିଳା କ୍ଷେତ୍ର ପାଲଟିଛି ଭକ୍ତମୟ ଜନସମୁଦ୍ର ।

ରଣପୁର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଓଡିଶାର ଚକାଶିଳା କ୍ଷେତ୍ର ଭାବେ ପରିଚିତ ରଣପୁରେ ଆଜି ପବିତ୍ର ବଡ ଏକାଦଶୀରେ ଲକ୍ଷାଧୀକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । କିମ୍ବଦନ୍ତୀ ଓ ମାଦଳା ପାଞ୍ଜୀ ଅନୁଯାୟୀ ପୁରୀର ଷୋହଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି । ପୁରୀ ଭଳି ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତି , ବଡ ଦେଉଳ, ବଡ ଦାଣ୍ଡ ଓ ରଥଯାତ୍ରା ଅନୁଷ୍ଠିତ ହୁଏ ।

 

ପୁରୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ରଣପୁରରେ ଦର୍ଶନ କଲେ ସେହି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତିବର୍ଷ ବଡ ଏକାଦଶୀରେ ପ୍ରବଳ ଭିଡ ଜମେ । ପବିତ୍ର ହରିଶୟନ ଏକାଦଶୀରେ ରଣପୁର ବଡଦାଣ୍ଡ ଭକ୍ତ ମୟ ହୋଇଯାଇଥିଲା । ଦିନତମାମ୍ ମେଘୁଆ ପାଗ ଯୋଗୁ ଦୂର ଦୂରାନ୍ତାରୁ ଭକ୍ତ ମାନେ ଛୁଟି ଆସିଥିଲେ ।

 

ବଡଦାଣ୍ଡରେ ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ଡୋରି ଦେଖିବାକୁ ମିଳିଥିଲା । ଗୁଣ୍ଡିଚାରେ ବଳଭଦ୍ରଙ୍କ ତାଳଧ୍ୱଜ ଶ୍ରୀମନ୍ଦିର ନିକଟରେ ପହଥିଂଥିଲା । ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶୁଭଦ୍ରା ଙ୍କ ଦେବଦୋଳନ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା । ଆଜି ପଚୁଂଦୋଳ ପଡିଆରେ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା । ଏଥିରେ ପିନାକି ନାୟକ, ସୌରଭ ଭରଦ୍ୱାଜ, ସୌଜନା ରଥ, ସତ୍ୟଜିତ୍‌,

ଅର୍ଚ୍ଚନା ଓ ସତ୍ୟନାରାୟଣ ମହାପାତ୍ର ପ୍ରମୁଖ କଣ୍ଠଦାନ କରିଥିଲେ । ଆଜି ବଡଏକାଦଶୀରେ ରଥ ଟଣା ବନ୍ଦ ରହିଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଟ୍ରେଜେରିରୁ ସୁନା ଅଳଙ୍କାର କାଢୁ ନଥିବାବେଳେ ତିନି ଠାକୁରଙ୍କୁ ରୁପା ବେଶରେ ସଜ୍ଜିତ କରା ଯାଇଛି । ହସ୍ତ ,ପାଦ ,କିରଟି ,ଶଂଙ୍ଖ , ଚକ୍ର , ଗଦା , ସାଙ୍ଗକୁ ବିଭିନ୍ନ ଫୁଲରେ ଶ୍ରୀଜିଉ ମାନଙ୍କୁ ଦେଖିବାକୁ ମିଳିଛି ।

ଏପରିକି ତିନି ରଥରେ ଶ୍ରୀ ଜିଉଙ୍କୁ ଦର୍ଶନ କରିବାପାଇଁ ଲମ୍ବା ଧାଡି ଲାଗିରହିଥିବା ଦେଖିବାକୁ ମିଳିଛି । ପାଗ ଯାହାହଉନା କାହିଁକି ଭକ୍ତ ସଂଖ୍ୟା ବଢିଥିବା ଦେଖିବାକୁ ମିଳିଛି । ଆଜି ବଡଏକାଦଶୀରେ ବିଶେଷ କରି ବୃଦ୍ଦ ଓ ବୃଦ୍ଦା ଦର୍ଶନ କରିବାକୁ ଆସିଛନ୍ତି । ଦିନ ତମାମ୍ ଶ୍ରଦ୍ଧାଳୁ ମାନେ ତିନି ରଥରେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରି ପୁଣ୍ୟଂ ଲାଭ କରିଛନ୍ତି ।

ବିଶେଷ କରି ଜଗନ୍ନାଥ ଙ୍କ ରଥ ସମ୍ମୁଖରେ ପ୍ରବଳ ଭିଡ ଲାଗିଥିଲା । ଭକ୍ତ ମାନେ ଧାଡିରେ ଠିଆ ହୋଇ ରଥ ରେ ଚଢି ଦର୍ଶନ କରୁଥିବା ଦେଖା ଦେଇଛି । ଶାନ୍ତି ଶୁଙ୍ଖଳା ପାଇଁ ଓ ରଥ ଚାରିପାଖରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି । ରବିବାର ଦିନ ଲକ୍ଷ୍ନୀ ନାରାୟଣ ଭେଟପାଇ କାର୍ଯ୍ୟ କ୍ରମ ରହିଥିବା ପ୍ରଶାସନ ଠାରୁ ଜଣାଯାଇଛି ।

Exit mobile version