ନୀଳାଦ୍ରିବିଜେ ଦିନ କଟକ ସି . ଏମ . ସି. ର ନିଆରା ସେବା ପାପୁଡିଆ ମଠ ନିକଟରେ ବଣ୍ଟା ହେବ ୩୦ହଜାର ରସଗୋଲା

ପୁରୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ନିଳାଦ୍ରୀ ବିଜେ ଦିନ ରଥାରୁଢ଼ ମହାପ୍ରଭୁ ନିଳାଦ୍ରୀ ବିଜେ କରିବେ | ମା ଲଷ୍ମୀ ଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗିହେବ |ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ଶେଷ ପର୍ବ ପବିତ୍ର ନୀଳାଦ୍ରି ବିଜେ ଉତ୍ସବ ଓ ରସଗୋଲା ଦିବସ ଅବସରରେ କଟକ ସିଗ୍ନେଚର ପରିଚାଳନା କମିଟି(ଏସ. ଏମ. ସି. ) ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀ ର ଶ୍ରୀକୃଷ୍ଣ ସିନେମା ଗଳି ନିକଟ ପାପୁଡିଆ ମଠ ଠାରେ ପ୍ରାୟ ୩୦ହଜାର ରସଗୋଲା ମହାପ୍ରଭୁଙ୍କୁ ମଣୋହି କରିବା ସହ ଭକ୍ତ ମାନଙ୍କୁ ନିଃଶୁଳ୍କ ବଣ୍ଟନ କରାଯିବ । ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଭାବେ ସମସ୍ତ ଆୟୋଜନ କରାଯାଉଛି। କମିଟିର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ସହଯୋଗରେ ବଣ୍ଟନ କରାଯିବ।

ସଭାପତି ବିଶ୍ୱ ରଞ୍ଜନ ସାଥୁଆ, ସମ୍ପାଦକ ସୋମନାଥ କୁମାର ଜୀ, କାର୍ଯ୍ୟକାରୀ ଉପ ସଭାପତି ସାଇ ପ୍ରସାଦ ମହାନ୍ତି, ସୁଶ୍ରୀ ସୌମ୍ୟାଦର୍ଶିନୀ ଦାସ, ଏକଲବ୍ୟ ବେହେରା, ଅଂଶୁମାନ ଭାରତୀ, ସଂଗଠନ ସମ୍ପାଦିକା ସୁସ୍ମିତା ସାମଲ, ଯୁଗ୍ମ ସମ୍ପାଦକ ମନୋଜ ଶର୍ମା, ଦେବାଶିଷ ଚକ୍ରବର୍ତ୍ତୀ, ସନ୍ଦୀପ ବିଶ୍ୱାଳ, କୋଷାଧକ୍ଷ ଓମ ପ୍ରକାଶ ସାହୁ, ସହ କୋଷାଧକ୍ଷ ତାରିଣୀ ପ୍ରସାଦ ପ୍ରଧାନ, ସୁଶୀଲ କୁମାର ମିଶ୍ର, କାର୍ଯ୍ୟକ୍ରମ ପରିଚାଳକ ଯୁଗାନ୍ତ ପରିଡ଼ା, ସ୍ୱସ୍ତିକ ସ୍ୱାଇଁ ଓ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ଟ୍ରଷ୍ଟି ମନିଷା ନାୟକ, ଟ୍ରଷ୍ଟ ମେମ୍ବର ଚନ୍ଦନ ପାତ୍ର ସହ ପ୍ରତିଷ୍ଠିତା ଅମିୟ କୁମାର ଦାଶ ଏଥିପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି l

Exit mobile version