ଓଏସିସ ଫର୍ଟିଲିଟି ପକ୍ଷରୁ ଭୁବନେଶ୍ୱରରେ “ଜନନୀ ଡାଏଲଗ୍‌ସ’ ଆୟୋଜିତ, ଭାରତର ପ୍ରଜନନ ସ୍ୱାସ୍ଥ୍ୟସେବା ପରିବେଶକୁ ସୁଦୃଢ଼ କରିବା ପାଇଁ “ଓଏସିସ ଏକାଡେମୀ’ ଘୋଷଣା

ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ସରକାର, ମନୋବିଜ୍ଞାନୀ, ମାନବ ସମ୍ବଳ ଲିଡର, ଶିଶୁ କଲ୍ୟାଣ ପ୍ରବକ୍ତା ଓ ପ୍ରଜନନ ଚିକିତ୍ସା ବିଶେଷଜ୍ଞମାନେ ଭାରତରେ ପରିବାର ଗଠନ ପାଇଁ ଯୋଜନା କରିବା କାହିଁକି ଅଧିକ କଷ୍ଟକର ହେଉଛି ଏବଂ ଏଥିପାଇଁ ପ୍ରତ୍ୟେକ କ୍ଷେତ୍ର କ’ଣ କରିପାରିବେ ତାହା ଅନୁଧ୍ୟାନ କରିବାକୁ ଏକାଠି ହୋଇଛନ୍ତି l

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଓଏସିସ ଫର୍ଟିଲିଟି ପକ୍ଷରୁ ଆଜି ପ୍ରଜନନ ସୁସ୍ଥତା, ନିବାରଣ ସଚେତନତା ଓ ସୂଚନା ଆଧାରିତ ପରିବାର ଗଠନ ଉପରେ ଏକ ଜନସ୍ୱାର୍ଥ ମଂଚ “ଜନନୀ ଡାଏଲଗ୍‌ସ’ର ଭୁବନେଶ୍ୱର ସଂସ୍କରଣର ଆୟୋଜନ କରିଛି । “ଦି ପାରେଂଟହୁଡ୍ ପାରାଡକ୍ସ: ବିଲ୍ଡିଂ ଏ ଫ୍ୟାମିଲି ଫ୍ରେଣ୍ଡଲି ଇଣ୍ଡିଆ’ ବିଷୟବସ୍ତୁ ଉପରେ ଆଧାରିତ ଏହି ମଂଚ ଭାରତର ମନରେ କ୍ରମାଗତ ଭାବେ ଉଠୁଥିବା ଏକ ପ୍ରଶ୍ନ “ଏକ ପରିବାର-ଅନୁକୂଳ ଭାରତ ଗଠନ ପାଇଁ କ’ଣ ଆବଶ୍ୟକ?’ର ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରେ ସ୍ୱାସ୍ଥ୍ୟସେବା ପେସାଦାର, ପରାମର୍ଶଦାତା ଚିକିତ୍ସକ ଓ ସମୁଦାୟର ଭାଗିଦାରମାନଙ୍କୁ ଏକାଠି କରିଥିଲା ।

ଏହି ମଂଚ ଏକ ଜାତୀୟ ଆଲୋଚନାର ଅଂଶ ଥିଲା । ହାଇଦ୍ରାବାଦରେ ଆୟୋଜିତ ମୁଖ୍ୟ ଆଲୋଚନା ସେହି ଦିନ ଭୁବନେଶ୍ୱର ଓ ଅନ୍ୟାନ୍ୟ କେତେକ ସହରକୁ ସୀଧାସଳଖ ପ୍ରସାରିତ ହୋଇଥିଲା ଯାହା ଏହାକୁ ଗୋଟିଏ କୋଠରି ମଧ୍ୟରେ ସୀମିତ ନ ରଖି ସାରା ଦେଶର ଶ୍ରୋତାମାନଙ୍କ ପାଇଁ ଏକ ଏକକ ଜାତୀୟ ପ୍ୟାନେଲରେ ପରିଣତ କରିଥିଲା । ଆଲୋଚନାଗୁଡ଼ିକ ଭାରତ କିପରି ପରିବାର ଗଠନ କରୁଛି ସେଥିରେ ଏକ ଶାନ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ଉପରେ କେନ୍ଦ୍ରୀଭୂତ ଥିଲା । ଏହା ଚିନ୍ତାଜନକ ଯେ ଦେଶର ମୋଟ ପ୍ରଜନନ ହାର ଇତିମଧ୍ୟରେ ପ୍ରତିସ୍ଥାପନ ସ୍ତରଠାରୁ କମିଯାଇଛି ।

ବକ୍ତାମାନେ ଉଲ୍ଲେଖ କରିଛନ୍ତି ଯେ ଏହି ଜନସଂଖ୍ୟାଗତ ପରିବର୍ତନ ବିଳମ୍ବିତ ବିବାହ ତୁଳନାରେ ଦମ୍ପତିମାନେ ଶିକ୍ଷା, କ୍ୟାରିୟର, ଆର୍ଥକ ସୁରକ୍ଷା ଓବ୍ୟକ୍ତିଗତ ଆକାଂକ୍ଷାକୁ ପ୍ରାଥମିକତା ଦେଇ ସଚେତନ ଭାବେ ପିତାମାତା ହେବାକୁ ବିଳମ୍ବ କରିବା ଦ୍ୱାରା ଅଧିକ ପରିଚାଳିତ ହେଉଛି । ଜୀବନଶୈଳୀ ବଦଳିବା ସହିତ ପ୍ରଜନନ ଜୈବ ବିଜ୍ଞାନ ତାହାର ନିଜସ୍ୱ ସମୟସୀମା ଅନୁସରଣ କରୁଛି ଯାହା ପ୍ରଜନନ ସଚେତନତା ଓ ନିବାରଣ ସ୍ୱାସ୍ଥ୍ୟସେବାକୁ ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିପାରୁଛି ଏବଂ ପ୍ରଜନନ ସମସ୍ୟା ଆଡ଼କୁ ନେଉଥିବା ଅନେକ କାରକକୁ ପ୍ରତିରୋଧ କରାଯାଇପାରିବ ।

ଏହାର କେନ୍ଦ୍ରୀୟ ବିଷୟବସ୍ତୁ ଥିଲା “ପାରେଂଟହୁୁଡ୍ ପାରାଡକ୍ସ’ ନିଜେ: ବଦଳୁଥିବା ଜୀବନ ଆକାଂକ୍ଷା ଏବଂ ଅପରିବର୍ତିତ ଜୈବିକ ବାସ୍ତବତା ମଧ୍ୟରେ ବୃଦ୍ଧି ପାଉଥିବା ବ୍ୟବଧାନ । ବକ୍ତାମାନେ ସ୍ପଷ୍ଟ କରିଥିଲେ ଯେ ଉଦ୍ଦେଶ୍ୟ କାହାର ବ୍ୟକ୍ତିଗତ ପସନ୍ଦକୁ ପ୍ରଭାବିତ କରିବା ନୁହେଁ, ବରଂ ସମୟୋପଯୋଗୀ ସଚେତନତା ଓ ନିବାରଣ ଯତ୍ନ ମାଧ୍ୟମରେ ସୂଚିତ ନିଷ୍ପତି ନେବାରେ ସକ୍ଷମ କରିବା । ଏହି ଆଲୋଚନା ପିତାମାତା ହେବାର ଅର୍ଥନୀତିକୁ ମଧ୍ୟ ପରୀକ୍ଷା କରିଥିଲା ଯାହା ସାମର୍ଥ୍ୟ, ଆର୍ଥକ ଯୋଜନା ଓସହାୟକ ସର୍ବସାଧାରଣ ନୀତିକୁ ବ୍ୟକ୍ତିଗତ ବୋଝ ପରିବର୍ତେ ଗୁରୁତ୍ୱପୂର୍ଣ୍ଣ ସକ୍ଷମକାରୀ ଭାବରେ ଗ୍ରହଣ କରିଥିଲା ।

ଏହି ମଂଚ ପିତାମାନଙ୍କରଅଧିକ ସହଭାଗିତା ଏବଂ କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ସମୁଦାୟରୁ ଅଧିକ ସହାୟତା ପାଇଁ ଆହ୍ୱାନ ଦେଇଥିଲା । ଏହି ସମାବେଶକୁ ସମ୍ବୋଧିତ କରି ଓଏସିସ ଫର୍ଟିଲିଟିର ସହ-ପ୍ରତିଷ୍ଠାତା ତଥା ମେଡିକାଲ ଡାଇରେକ୍ଟର ଡଃ ଦୁର୍ଗା ଜି ରାଓ କହିଛନ୍ତି ଯେ “ଭାରତରେ ପରିବାର ଗଠନ ପାଇଁ ଯୋଜନା କରିବା ନିରବରେ କଷ୍ଟକର ହେଉଛି । ଲୋକମାନେ ପରିବାର ଚାହୁଁନାହାଁନ୍ତି ବୋଲି ନୁହେଁ, ବରଂ ଜୈବିକ ସମୟଚକ୍ର, ପିତାମାତା ହେବାର ଅର୍ଥନୀତି ଓ ଆଧୁନିକ କ୍ୟାରିୟରର ଚାହିଦା ଭିନ୍ନ ଭିନ୍ନ ଦିଗକୁ ଟାଣୁଛି । ଜନନୀ ଡାଏଲଗ୍‌ସ ସରକାର, ସ୍ୱାସ୍ଥ୍ୟସେବା, ନିଯୁକ୍ତିଦାତା, ମନୋବିଜ୍ଞାନୀ ଓ ସମୁଦାୟକୁ ଗୋଟିଏ ମଂଚରେ ଏକାଠି କରୁଛି ଯାହାଫଳରେ ପରିବାରଗୁଡ଼ିକୁ ଏହି ପସନ୍ଦଗୁଡ଼ିକୁ ଏକାକୀ ନିୟନ୍ତ୍ରଣ କରିବାକୁ ଛାଡ଼ିଦିଆଯିବ ନାହିଁ ।’’

ଓଏସିସ ଫର୍ଟିଲିଟି ଭାରତରେ ପ୍ରଜନନ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ସମର୍ପିତ ତାହାର ଶିକ୍ଷା ଏବଂ ପ୍ରଶିକ୍ଷଣ ପଦକ୍ଷେପ “ଓଏସିସ ଏକାଡେମୀ’ ବିଷୟରେ ମଧ୍ୟ ଘୋଷଣା କରିଛି । ଏହି ଏକାଡେମୀ ତିନୋଟି କ୍ଷେତ୍ରରେ କାର୍ଯ୍ୟ କରିବ । ତାହା ହେଉଛି ଗବେଷଣା ଏବଂ ନବସୃଜନ ଯେଉଁଥିରେ ମୌଳିକ ଗବେଷଣା, କ୍ଲିନିକାଲ ଅଧ୍ୟୟନ ଓ ବୈଜ୍ଞାନିକ ପ୍ରକାଶନ ମାଧ୍ୟମରେ ପ୍ରଜନନ ସ୍ୱାସ୍ଥ୍ୟସେବା ବିଜ୍ଞାନକୁ ଆଗକୁ ନିଆଯିବ । ଜ୍ଞାନ ସ୍ଥାନାନ୍ତରରେ ଓଏସିସ ମଧ୍ୟରେ ଗଢ଼ିଉଠିଥିବା କ୍ଲିନିକାଲ ଜ୍ଞାନ ଓ ଅନୁଭୂତିକୁ ସହଯୋଗୀ ସ୍ତ୍ରୀରୋଗ ବିଶେଷଜ୍ଞ ଓ ଚିକିତ୍ସକମାନଙ୍କୁ ପ୍ରଦାନ କରାଯିବ ଯାହାଫଳରେ ଏହା ଘରୋଇ ଭାବେ ରହିବା ପରିବର୍ତେ ବ୍ୟାପକ ଚିକିତ୍ସା ସମୁଦାୟର ସେବା କରିପାରିବ । 

ସେହିପରି ଦକ୍ଷତା ବୃଦ୍ଧିରେ ଅଧିକ ଦମ୍ପତି ପ୍ରଜନନ ଯତ୍ନ ଖୋଜୁଥିବା ବେଳେ ଭାରତକୁ ଆବଶ୍ୟକ ହେଉଥିବା ବିଶେଷଜ୍ଞମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ଏକାଡେମୀ ବୈଜ୍ଞାନିକ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଏକାଡେମିକ ମଂଚଗୁଡ଼ିକରେ ଅଧିକ ସହଭାଗିତାକୁ ଉତ୍ସାହିତ କରିବା ପାଇଁ ଏକ ମଂ ଭାବରେ ମଧ୍ୟ କାର୍ଯ୍ୟ କରୁଛି । ଏହି ପ୍ରତିବଦ୍ଧତା ନିକଟରେ ଇଶ୍ରୀ ୨୦୨୬ରେ ପ୍ରତିଫଳିତ ହୋଇଥିଲା ଯେଉଁଠାରେ ଓଏସିସ ଫର୍ଟିଲିଟି ୨୯ଟି ବୈଜ୍ଞାନିକ ପେପର ଉପସ୍ଥାପନ କରିଥିଲା ଯାହା ବିଶ୍ୱ ପ୍ରଜନନ ଚିକିତ୍ସାରେ ସଂସ୍ଥାର ବୃଦ୍ଧିପାଉଥିବା ଯୋଗଦାନକୁ ଦର୍ଶାଉଛି ।

ଆଜି ପର୍ଯ୍ୟନ୍ତ ଓଏସିସ ଏକାଡେମୀ ୨୫୦ରୁ ଅଧିକ ଚିକିତ୍ସକ ଓ ୨୦୦ରୁ ଅଧିକ ଭ୍ରୂଣବିଜ୍ଞାନୀଙ୍କୁ ପ୍ରଶିକ୍ଷଣ ଦେବାରେ ସାହାଯ୍ୟ କରିଛି ଏବଂ ବିଶେଷ କରି ଟାୟାର ୨ ଓ ଟାୟାର ୩ ଅଂଚଳଗୁଡ଼ିକରେ ବିଶେଷଜ୍ଞ ପ୍ରଶିକ୍ଷଣକୁ ଯଥେଷ୍ଟ ପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଛି । ଓଏସିସ ଫର୍ଟିଲିଟିର ଆଂଚଳିକ ମେଡିକାଲ ମୁଖ୍ୟ ଡଃ ପ୍ରଶାନ୍ତ କୁମାର ନାୟକ କହିଛନ୍ତି ଯେ, “ପାରେଂଟ୍‌ହୁଡ୍ ପାରାଡକ୍ସ ଦର୍ଶାଉଛି ଯେ ପ୍ରାରମ୍ଭିକ ପ୍ରଜନନ ସଚେତନତା ଓ ସୂଚିତ ପ୍ରଜନନ ପସନ୍ଦ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ସେହି ସମୟରେ ଅଧିକ ଦମ୍ପତି ଯେଭଳି ଗୁଣାତ୍ମକ ଯତ୍ନ ପାଇପାରିବେ ତାହା ସୁନିଶ୍ଚିତ କରିବାର ଅର୍ଥ ହେଉଛି ବିଶେଷଜ୍ଞ ପ୍ରଶିକ୍ଷଣ ଓ କ୍ଲିନିକାଲ ଶ୍ରେଷ୍ଠତାରେ କ୍ରମାଗତ ଭାବରେ ନିବେଶ କରିବା ।

ଓଏସିସ ଏକାଡେମୀ ଭଳି ପଦକ୍ଷେପ ମାଧ୍ୟମରେ ଆମେ ଏହି ଅଂଚଳର ପରିବାରଗୁଡ଼ିକ ପାଇଁ ଉତମ ପ୍ରଜନନ ସ୍ୱାସ୍ଥ୍ୟ ଫଳାଫଳକୁ ସହାୟତା କରିବା ସହିତ ସ୍ୱାସ୍ଥ୍ୟସେବା କ୍ଷମତାକୁ ସୁଦୃଢ଼ କରିବାକୁ ଆଶା କରୁଛୁ ।’’ ଓଏସିସ ଫର୍ଟିଲିଟି ସ୍ପଷ୍ଟ କରିଥିଲା ଯେ ଜନନୀ ଡାଏଲଗ୍ସ ଏକ ଜନସ୍ୱାର୍ଥ ମଂଚ କୌଣସି ଆଇଭିଏଫ୍ କିମ୍ବା ଫର୍ଟିଲିଟି-ଚିକିତ୍ସା ଅଭିଯାନ ନୁହେଁ । ଏହା କୌଣସି ଉତ୍ପାଦ କିମ୍ବା ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ ନାହିଁ ଏବଂ କୌଣସି ବ୍ୟକ୍ତି ସନ୍ତାନ ସନ୍ତତି କରିବା ଉଚିତ୍ ବୋଲି ସୁପାରିସ କରେ ନାହିଁ ।

ଏହା ପରିବର୍ତେ ଗଠନମୂଳକ କାରକଗୁଡ଼ିକ ଯଥା ଅର୍ଥନୈତିକ, ଚିକିତ୍ସାଗତ, କର୍ମକ୍ଷେତ୍ର ଓ ସାମାଜିକ ଯାହା ଦମ୍ପତି ଏବଂ ସେମାନେ ଗଢ଼ିବାକୁ ଆଶା କରୁଥିବା ପରିବାରଗୁଡ଼ିକ ମଧ୍ୟରେ ଠିଆ ହୋଇଛି ଏବଂ ସରକାର, ନିଯୁକ୍ତିଦାତା, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଓ ସମୁଦାୟ ସେଗୁଡ଼ିକ ବିଷୟରେ କ’ଣ କରିପାରିବେ ତାହା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି । ଜାତୀୟ ଆଲୋଚନା “ଜନନୀ ଘୋଷଣାନାମା’ ସହିତ ଶେଷ ହୋଇଥିଲା ଯାହା ଆଜୀବନ ପ୍ରଜନନ ସ୍ୱାସ୍ଥ୍ୟ, ସୂଚିତ ପସନ୍ଦ, ମିଳିତ ଦାୟିତ୍ୱ, ପିତାମାତା ହେବାର ପ୍ରତ୍ୟେକ ମାର୍ଗ ପାଇଁ ସମ୍ମାନ,

କ୍ୟାରିୟର୍ ଏବଂ ପରିବାର ଆକାଂକ୍ଷାର ସନ୍ତୁଳନ ଓ ଏକ ପରିବାର ଅନୁକୂଳ ଭାରତ ଗଠନ ପାଇଁ ଏକ ସାମୂହିକ ପ୍ରତିବଦ୍ଧତା ଉପରେ ଆଧାରିତ ଛଅଟି ମାର୍ଗଦର୍ଶୀ ସିଦ୍ଧାନ୍ତ ଅଟେ । ଓଏସିସ ଫର୍ଟିଲିଟି ଭାରତ ସାରା ପ୍ରଜନନ ସ୍ୱାସ୍ଥ୍ୟ ଓ ପରିବାର ଗଠନରେ ସଚେତନତା, ସୁଗମତା ଓ ସାମର୍ଥ୍ୟର ସୁଧାର ପାଇଁ ନୀତିଗତ ଭାଗିଦାରୀ, ଗବେଷଣା ଓ ବହୁ କ୍ଷେତ୍ରୀୟ ସହଯୋଗ ମାଧ୍ୟମରେ ଜନନୀ ଡାଏଲଗ୍ସକୁ ଏକ ବାର୍ଷିକ ଜନସ୍ୱାର୍ଥ ପଦକ୍ଷେପ ଭାବରେ ଆଗକୁ ନେବା ପାଇଁ ତାହାର ପ୍ରତିବଦ୍ଧତାକୁ ପୁନଃପ୍ରକାଶ କରିଛି ।

Exit mobile version