
ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ବରଗଡ :- ସ୍ବେଚ୍ଛାସେବୀ ଅନୁଷ୍ଠାନ ସ°ଯୁକ୍ତ ଯୁବ ସଙ୍ଗଠନ, ବରଗଡ଼ ଆନୁକୁଲ୍ୟରେ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ,ମାତୃଛାୟା, ଓ ବାନପ୍ରସ୍ଥ( ଜରା ନିବାସ) ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ସଙ୍ଗଠନ ର ସମ୍ପାଦକ ତଥା ଆଶ୍ରମ ସମୁହର ମୁଖ୍ୟ ପରିଚାଳକ ଦେବଦତ୍ତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଦିନ ତମାମ କାର୍ଯ୍ୟକ୍ରମ ଗୁଡିକ ପରିଚାଳିତ ହୋଇଥିଲା । ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ସାମୁହିକ ଭାବରେ ପାଦ ପ୍ରକ୍ଷାଳନ ସହ ପୂଜା କରାଯାଇ ସମସ୍ତଙ୍କୁ
ନବବସ୍ତ୍ର ପ୍ରଦାନ କରାଯାଇଥିଲା । ସେହିପରି ବିଶ୍ବ ଶାନ୍ତି ଓ କଲ୍ୟାଣ ନିମନ୍ତେ ପଣ୍ଡିତ ବୈଷ୍ଣବ ଦାଶ ଓ ସାଥିଙ୍କ ପୈରହିତ୍ୟରେ ହୋମ ଯଜ୍ଞ ସମ୍ପାଦିତ ହୋଇଥିଲା । ପରେ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଯକ୍ଷ ଏବଂ ସେନିଟାଇଜର ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ର ସ୍ବେଚ୍ଛାସେବୀ ଲବଙ୍ଗ ସାହୁ, ସଙ୍ଗୀତ ସାହୁ, ସନ୍ଧ୍ୟା ଭୋଇ, ନମିତା ଓ ମାତୃଛାୟାର ଅନ୍ତେବାସୀନିମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
