ମା ମହୁରୀ କାଳୁଆ ପର୍ଯ୍ୟଟନ ପୀଠରେ ପୋଲିସ ଫାଣ୍ଡି ସ୍ଥାପନ ନିମନ୍ତେ ଦକ୍ଷିଣାଞ୍ଚଳ ଡ଼ି.ଆଇ.ଜି ଙ୍କୁ ସ୍ମାରକ ପତ୍ର

ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର )  କୁକୁଡାଖଣ୍ଡି :-  ବ୍ରହ୍ମପୁର ସଦର ଓ ଦିଗପହଣ୍ଡି ପୋଲିସ ଥାନା ଅନ୍ତର୍ଗତ ମା ମହୁରୀ କଳୁଆ ପୀଠ ବ୍ରହ୍ମପୁର ଠାରୁ ମାତ୍ର୧୨କିମି ଦୂରରେ ଅବସ୍ଥିତ । ମାତ୍ର୧୨କିମି ଦୂରରେ ଅବସ୍ଥିତ। ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏହି ପର୍ଯ୍ୟଟନ ସ୍ଥଳୀରେ ମାଁ କାଳୁଆ ଙ୍କ ମନ୍ଦିର ପ୍ରାଚୀନଯୁଗରୁ ଅବସ୍ଥିତ ମାଁଙ୍କ ଦର୍ଶନ ନିମନ୍ତେ ଅନେକ ପର୍ଯ୍ୟଟକ ଆସି ବଣ ଭୋଜି କରି ମଜାନିଅନ୍ତି । ଏହି ଅଞ୍ଚଳ କୁ ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲା ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ଆସିଥାନ୍ତି। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ପର୍ଯ୍ୟଟନ ବିଭାଗର ଏହି ପର୍ଯ୍ୟଟନ ସ୍ଥଳ ଉପରେ ବିଶେଷ ଧ୍ୟାନ ରହିନାହିଁ । ବେଳେ ବେଳେ ଏହି ପୀଠର ରାସ୍ତା ଅରଣ୍ୟରେ ଭରପୁର ଥିବା ଯୋଗୁଁ ଜନଶୂନ୍ୟ ମଧ୍ୟରେ ଏହି ପୀଠ ରହିଥିବା ବେଳେ ବହୁ ସମୟରେ ଅସାମାଜିକ ବ୍ୟକ୍ତି ଏବଂ ମଦ୍ୟପ ମାନଙ୍କ ପଦ୍ରୁଭବ ମଧ୍ୟ ଏଠାରେ ବଢିଚାଲୁଛି

। ଯାହା ଫଳରେ ପର୍ଯ୍ୟଟକ ମାନେ ନିଜକୁ ନିରାପଦ ମଣୁଁ ନାହାଁନ୍ତି। ବିଭିନ୍ନ ସମୟରେ ଚୋରି, ଡକାୟତି ମହିଳାମାନଙ୍କ ପ୍ରତି ଅସଦବ୍ୟବହାର ହେଉଥିବା ମଧ୍ୟ ନଜିର ରହିଛି । କିଛି ବର୍ଷ ପୂର୍ବେ ପୋଲିସ ଫାଣ୍ଡି କରାଯାଇଥିଲା। କିନ୍ତୁ କାଳ କ୍ରମେ ତାହା ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ଏହି ଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ଏକ ପୋଲିସ ଫାଣ୍ଡି ସ୍ଥାପନ କରିବା ନିମନ୍ତେ ଦକ୍ଷିଣାଞ୍ଚଳ ଡ଼ି.ଆଇ.ଜି ଙ୍କୁ ବଜେପି କର୍ମକର୍ତ୍ତା ମାନେ ନିବଦେନ କରିଛନ୍ତି । ଏହି ଅଞ୍ଚଳର ପ୍ରତିନିଧି ମଣ୍ଡଳୀରେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ, ମହନ୍ତ ଚିନ୍ମୟ ନନ୍ଦ ଦାସ, ସଞ୍ଜୟ ପାତ୍ର (ସାମାଜିକ କର୍ମୀ)ସଦାନନ୍ଦ ମହାଙ୍କୁଡ଼ ଏବଂ ରବୀନ୍ଦ୍ର ପାତ୍ର ଉପସ୍ଥିତ ଥିଲେ । ଡ଼ି.ଆଇ.ଜି ସତ୍ୟବ୍ରତ ଭୋଇ ଏସପିଙ୍କୁ ଉକ୍ତ ପୀଠକୁ ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେବା ତାହାର ଅନୁଧ୍ୟାନ ପରେ ନିଷ୍ପତ୍ତି ନିଶ୍ଚିତ ନେବା ସହ ଫାଣ୍ଡିସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ( ଶେଷଦେବ ସାହୁ / ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version