ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଶିକ୍ଷା ବ୍ୟବସ୍ଥାର ସଂସ୍କାର ଓ ପ୍ରଶ୍ନପତ୍ର ଲିକ ଘଟଣାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବର୍ବରୋଚିତ ଲାଠିଚାର୍ଜ ଓ ରାହୁଲ ଗାନ୍ଧୀଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ କୁଶପୁତଳିକା ଦାହ ।
ଗତ ୨୦ ତାରିଖ ଦିନ ଦିଲ୍ଲୀର ଜନ୍ତରମନ୍ତର ଠାରେ ଭାରତ ବର୍ଷର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଯେଉଁଭଳି ଭାବରେ ମେଡିକାଲ ପ୍ରଶ୍ନପତ୍ରର ଲିକ ହେଲା ଏବଂ ଏହି ୧୨ ବର୍ଷ ମଧ୍ୟରେ ସମସ୍ତ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଦୀର୍ଘ ୨୦ ଦିନ ଧରି ଅନଶନ ସହ ଆନ୍ଦୋଳନ ଜାରି ରଖିଥିଲେ ଏବଂ
ଗତ ୨୦ ତାରିଖ ଦିନ ପାର୍ଲ୍ୟାମେଂଟ ଚାଲୋ ଡାକରାରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଯାତ୍ରା ଆରମ୍ଭ କରୁଥିବା ବେଳେ ଦିଲ୍ଲୀ ପୋଲିସ ଅତ୍ୟନ୍ତ ଅମାନୁଷିକ ବର୍ବରୋଚିତ ଲାଠି ଚାର୍ଜ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ, ଜନ୍ତ୍ରଣାଦାୟକ ଓ ହୃଦୟବିଦାରକ । ଛୋଟ ଛୋଟ ଝିଅ ମାନଙ୍କ ଡ୍ରେସକୁ ଚିରି ପକାଇବା ସହିତ ସେମାନଙ୍କୁ ଗୋଡ଼େଇ ଗୋଡ଼େି ପିଟିବା ଅତ୍ୟନ୍ତ ହୃଦୟ ବିଦାରକ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଉଭୟ ନିଜେ ସଂସଦରେ ଥାଇ ଏଭଳି ଘଟଣା କାହା ଇଂଗିତରେ ଘଟିଲା । ପ୍ରଜାତନ୍ତ୍ରରେ ମନ୍ତ୍ରୀ ଉତ୍ତରଦାୟୀ ହେବା କଥା ।
