ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ

ବୋଲଗଡ଼ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସାଗରଗୁଆଁ ପଞ୍ଚାୟତ ଅନ୍ତର୍ଗତ ଜରିପଡା ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତାରେ ବର୍ଷାପାଣି ଓ କାଦୁଅ ନିଷ୍କାସନ ହୋଇ ନ ପାରି ଜମି ରହୁଛି। ଫଳରେ ଛାତ୍ରଛାତ୍ରୀଙ୍କ ଓ ୫ଖଣ୍ଡ ଗ୍ରାମବାସୀମାନେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଗ୍ରାମ ଭିତରକୁ ଥିବା ସିମେଣ୍ଟ କଂକ୍ରିଟ୍ ରାସ୍ତାରେ ପ୍ରାୟ ୨୦ ମିଟର ପର୍ଯ୍ୟନ୍ତ ଖାଲୁଆ ରହିଛି ।

ଫଳରେ ଉକ୍ତ ଅଞ୍ଚଳରେ ବିଦ୍ୟାଳୟ ଫାଟକ ପର୍ଯ୍ୟନ୍ତ ବର୍ଷା ଓ ଦୁର୍ଷିତ ଜଳ ଜମି ରହୁଛି। ଦୀର୍ଘ ଦିନ ରାସ୍ତାରେ ପଙ୍କ, କାଦୁଅରେ ଭର୍ତ୍ତି ହେବା ସହିତ ଦୁର୍ଗନ୍ଧ ବାହାରୁଛି । ବର୍ଷା ଓ ଦୁର୍ଷିତ ଜଳ ନିଷ୍କାସନ ପାଇଁ ଡ୍ରେନ ନ ଥିବାରୁ ଓ ରାସ୍ତାଟି ଖାଲୁଆ ରହୁଥୁବାରୁ ପାଣି ରାସ୍ତା ମଧ୍ୟଭାଗରେ ଦୀର୍ଘଦିନ ପର୍ଯ୍ୟନ୍ତ ଜମି ରହୁଛି। ବୋଲଗଡ଼ ଗ୍ରାମ୍ୟ ଉର୍ନୟନ ବିଭାଗ ଅଧୀନରେ ରହୁଥିବା ଏହି ରାସ୍ତାଟି ମରାମତି ହୋଇନାହିଁ । ଲୋକେ ପ୍ରତିଦିନ ସାହିରୁ ଏହି କର୍ଦମାକ୍ତ ଏବଂ ଜଳ ଜମି ରହୁଥିବା ରାସ୍ତାରେ ଆସି ଯାତାୟାତ କରନ୍ତି ।

ସର୍ବୋପରି ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସମେତ ପୋଡା ପାଟଣା,ପାଟବନ୍ଧ, ବେଣାଗାଡ଼ିଆ ଓ ଗୋଡ଼ିଆଳି ଆଦି ଗ୍ରାମରୁ ଚାଳିଶ ହଜାରରୁ ଉର୍ଦ୍ଧ ଲୋକମାନଙ୍କ ଏହା ନିତିଦିନିଆ ରାସ୍ତା l ହେଲେ ରାସ୍ତାରେ ପାଣି ଜମି ରହିଥିବାରୁ ସମସ୍ତେ ହଇରାଣ ହେଉଛନ୍ତି l ବ୍ଳକ୍ ପ୍ରଶାସନ ତରଫରୁ ତୁରନ୍ତ ଏହି ରାସ୍ତା ମରାମତି ଓ ବର୍ଷାଜଳ ଓ ଦୁର୍ଷିତ ପଙ୍କ ଜଳକୁ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ସାଗର ଗାଁ ପଞ୍ଚାୟତବାସୀ ଦାବି କରିଛନ୍ତି l।ବୋଲଗଡ଼ ଗ୍ରାମ୍ୟ ଉର୍ନୟନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର କୁମାର ସ୍ୱାଇଁଙ୍କୁ ଏ ବିଷୟରେ ପଚାରିବାରୁ ଏହାର ଶୀଘ୍ର ସମାଧାନ କରିବା ଗଣମାଧ୍ୟମକୁ ପ୍ରତିଶ୍ରୁତି ଦେଇଥିଲେ l

Exit mobile version