Home ଓଡ଼ିଶା ନବମୀ ଦର୍ଶନ କଲେ ଲକ୍ଷାଧିକ ଭକ୍ତ : ଆଜି ବାହୁଡା଼ ଯାତ୍ରା by Proprietor Abhimanyu Maharana 2 months ago Share on FacebookShare on TwitterWhatsapp ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଗୁରୁବାର ଦିନ ନବମୀ ଦର୍ଶନ ବା ଆଡ଼ପ ଦର୍ଶନ କରିଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ଆଜି ମହାପ୍ରଭୁଙ୍କର ମଙ୍ଗଳଆଳତି,ମଇଲମ ,ତଡ଼ପଲାଗି, ଅବକାଶ , ରୋଷହୋମ , ସୂର୍ଯ୍ୟପୂଜା ସହ ଅନ୍ୟାନ୍ୟ ନୀତି ସମାପନ ପରେ ସର୍ବ ସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା । ସକାଳ ମେଘୁଆ ପାଗ ଓ ଅପରାହ୍ନରେ ଶୁଖିଲା ପାଗର ଯୋଗୁଁ ଲକ୍ଷାଧିକ ଭକ୍ତମାନେ ବ୍ୟାରିକେଡ଼ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଦର୍ଶନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସଂଧ୍ଯା ୬ଟାରେ ଦର୍ଶନ ବନ୍ଦ କରାଯାଇ ବାହୁଡା଼ ଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । କିପରି ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ କରାଯିବ ସେନେଇ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଓ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଉପସ୍ଥିତ ରହି ତଦାରଖ କରିଥିଲେ । ଆଡ଼ପମଣ୍ଡପ ଦର୍ଶନ ସରିଆସୁଥିବା ବେଳେ ଶରଧାବାଲିରେ ପ୍ରବଳ ଭିଡ଼ ହେଉଥିବା ଦେଖିବାକୁ ମିଳିଥିଲା । ରାଜ୍ଯ ତଥା ରାଜ୍ଯ ବାହାରୁ ଶ୍ରଦ୍ଧାଳୁମାନେ ଆସି ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ବ୍ଯାରିକେଡ ଦେଇ ସିଂହଦ୍ବାରରେ ପ୍ରବେଶ କରିଥିଲେ । ଭକ୍ତମାନେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ନାକଚଣା ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ । ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଜୟ ଜଗନ୍ନାଥ, ହରିବୋଲ ହୁଳହୁଳିରେ ଧ୍ବନିରେ ପ୍ରକମ୍ପିତ ହେଉଥିଲା । ନବମୀସନ୍ଧ୍ୟା ଦର୍ଶନ ପାଇଁ ବଡଶଙ୍ଖ ଛକ ଠାରୁ ଲାଇନ ଲାଗିଥିବା ଦେଖାଯାଇଛି । ଆଜି ଶେଷ ଦର୍ଶନଥିବାରୁ ଶରଧାବାଲିରେ ଲାଗିଛି ଭକ୍ତଙ୍କ ଭିଡ଼ । ବାହୁଡା଼ଯାତ୍ରା ପାଇଁ ସମସ୍ତ ସେବାୟତ ଏବଂ ଭକ୍ତମାନଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ । ସନ୍ଧ୍ୟାଦର୍ଶନ ଦିନ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନକଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଆଡ଼ପ ଦର୍ଶନ କରି ଭକ୍ତ ମାନେ ଭାବବିହ୍ବଳ ହୋଇପଡିଥିଲେ । ଶୁକ୍ରବାର ବାହୁଡା଼ ଯାତ୍ରା ଥିବାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ହେବ । ତୃତୀୟ ଭୋଗ ମଣ୍ଡପ ପରେ ରାହସକୁ ମହାପ୍ରଭୁ ବିଜେ କରିବେ । ମଇଲମ , ଚନ୍ଦନ ଲାଗି ,ବଡ଼ସିଂହାର ବେଶ , ବଡ଼ସିଂହାର ଭୋଗ ପରେ ରାତ୍ର ୧୦ ଟାରେ ପହୁଡ କରାଯିବ । ପୁଷ୍ପପାଳକମାନେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ବାହାରକୁ ଯିବା ପରେ ଦଇତାପତି ମାନେ ଠାକୁରଙ୍କର ଗୁପ୍ତନୀତି କରିବେ । ଶୁକ୍ରବାର ଦିନ ମହାପ୍ରଭୁ ଧାଡି ପହଣ୍ଡିରେ ଆସି ରଥାରୁଢ ହେବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ଭକ୍ତମାନେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଭକ୍ତି ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ । ଚକା ଆଖି ସହ ଭକ୍ତର ଆଖି ମିଶିବ । ରାଜ୍ଯ ପୋଲିସ ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ରଥଟଣା ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ଯାପକ ବ୍ଯବସ୍ଥା କରାଯାଇଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026