ଆସନ୍ତା ୩୦ ଅଗଷ୍ଟରେ ନୟାଗଡ଼ରେ ହେବ ‘ଶିକ୍ଷା ବଞ୍ଚାଓ ଆନ୍ଦୋଳନ’ : ବିଜେଡ଼ି ର ବିରାଟ ପ୍ରସ୍ତୁତି ସଭା ଅନୁଷ୍ଠିତ

ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଆସନ୍ତା ୩୦ ଅଗଷ୍ଟରେ ନୟାଗଡ଼ରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଶିକ୍ଷା ବଞ୍ଚାଓ ଆନ୍ଦୋଳନ’ ପାଇଁ ଆଜି ନୟାଗଡ଼ ପାର୍ଟି କାର୍ଯ୍ୟାଳୟରେ ଏକ ବିରାଟ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଆନ୍ଦୋଳନର ରୂପରେଖ, ସଂଗଠନାତ୍ମକ ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା ।

ବୈଠକରେ ଉପସ୍ଥିତ ଦଳର ବିଭିନ୍ନ ସ୍ତରର ନେତା ଓ କର୍ମୀମାନେ ଆସନ୍ତା ୩୦ ଅଗଷ୍ଟର ଆନ୍ଦୋଳନକୁ ସଫଳ କରିବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବା ସହ ଅଧିକରୁ ଅଧିକ ଜନସମାଗମ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ବ୍ୟକ୍ତ କରିଥିଲେ । ବୈଠକରେ ଶିକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଜନଆନ୍ଦୋଳନରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Exit mobile version