
\ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଗୁରୁବାର) ଢେଙ୍କାନାଳ :- ଆଜି ଜିଲ୍ଲାରେ ୬୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣେ ମୃତ୍ୟୁବରଣ କରିଛନ୍ତିି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଜଣ ହୋମ୍ କ୍ଵାରେଣ୍ଟାଇନରୁ,୯ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୨୫ ଜଣ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜି ଢେଙ୍କାନାଳ ପୌରାଞ୍ଚଳର ୧୦ ଜଣଙ୍କ ମଧ୍ୟରୁ ବନମାଳୀ ପ୍ରସାଦ,ଖମାର ସାହି,ଦେଉଳସାହି, ମୀନା ବଜାର,ଜୁବୁଲି ଟାଉନ୍, ଚନ୍ଦନ ବଜାର, ଦକ୍ଷିଣକାଳୀ, ମହାବୀର ବଜାର, କାରିଗରୀ ସାହି ଓ ଗୁଡିଆନାଳିରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକ ୭ ଜଣଙ୍କ ମଧ୍ୟରୁ ସାରିଆ ପଦାରୁ ୩, ବଳରାମ ପ୍ରସାଦ,କାସିଆ ଡିହି,ନାଧେରା ଓ ଓଡ଼ାପଡ଼ାରୁ ଜଣେ ଲେଖାଏଁ, ଗନ୍ଦିଆ ବ୍ଲକର ୫ ଜଣଙ୍କ ମଧ୍ୟରୁ ଦଲସିଙ୍ଗ୍ ମାର୍ଥାପୁରରୁ ୩, ମନ୍ଦାର ଓ ଝିଲ୍ଲିରୁ ଜଣେ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକ ୫ ଜଣଙ୍କ ମଧ୍ୟରୁ ମାଝିକାରୁ ୩,ଗତରେଇରୁ ୨,ପରଜଙ୍ଗ ବ୍ଲକର ଆଖୁଆପାଳ ଓ କଙ୍କଡାସୋଡାରୁ ଜଣେ ଲେଖାଏଁ, କାମାକ୍ଷାନଗର ଏନ୍ ଏ ସି ରୁ ଜଣେ ଚିହ୍ନଟ ଥିବାବେଳେ ବ୍ଲକର ବାଉଁଶ ପାଳରୁ ୨,କନ୍ତିଓକାଟେଣି ଓ ଅଁଳାବେରିଣୀରୁ ଜଣେ ଲେଖାଏଁ ଏବଂ ହିନ୍ଦୋଳ ବ୍ଲକ କାରନ୍ଦାରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।
ଢେଙ୍କାନାଳ ପୌରାଞ୍ଚଳର ସାଇନଗରର ଜଣେ ୬୫ ବର୍ଷୀୟ ବ୍ୟକ୍ତି ଭୁବନେଶ୍ୱର ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧିନ ଥିବାବେଳେ ମୃତ୍ୟୁବରଣ କରିଛନ୍ତି । ଜିଲ୍ଲାରେ ଆଜି ଆଉ ୮୫ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୭୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୧୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୦୭ ଜଣ ଚିକିତ୍ସାଧୀନ ଥିବାବେଳେ ୬ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ / ଅମର ରଞ୍ଜନ ଦାସ)
