ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏନେଇ ପ୍ରତିକ୍ରିୟା ରଖିଥିଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ମହତାବଙ୍କୁ କାଉଣ୍ଟର କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଛାତ୍ରମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସ୍ୱର ଉଠାଇବା କଣ ଅପରାଧ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଅଧିକାର ଓ ନ୍ୟାୟ ପାଇଁ ଲଢ଼ୁଥିବା ଛାତ୍ରମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ତାଙ୍କୁ ଲହୁ ଲୁହାଣ କରିବା କେଉଁ ସୁସ୍ଥ ଗଣତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଅରୁଣ ସିଧାସଳଖ ଭର୍ତ୍ତୁହରିଙ୍କୁ ଆପଣ କେଉଁ ଦଳରେ ଥିଲେ, ଆପଣଙ୍କ ନେତା କିଏ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଦଳ ବଦଳାଇବା ପରେ ଇତିହାସକୁ ବଦଳାନ୍ତୁ ନାହିଁ ବୋଲି କହିଛନ୍ତି ।
